କ୍ଳାନ୍ତ ପଥିକାର ପାନ୍ଥଶାଳା
କ୍ଳାନ୍ତ ପଥିକାର ପାନ୍ଥଶାଳା
ତୁମେ ଆସିବାର ମୂର୍ଚ୍ଛିତ ବେଳାରେ ,
ମୋ ଦେହରେ ବୋଳିଦିଅ ଆବିଳତା ର ବାସ୍ନା ।
ଯେତେ ସବୁ ଅଦ୍ଭୁତିକ ମାୟାଜଗତ ରଚ ତୁମେ ମୋ ପାଇଁ ,
ଖାଲି ଗୋଟେ ମୂର୍ଚ୍ଛିତ ବେଳା ରେ ଶୂନ୍ ଶାନ୍ ଉପହାରଟେ ନେଇ ,
ତୁମେ ମୋ ହାତରେ ହାତ ମିଶାଇ ଚାଲ ଏକ ସୁଦୀର୍ଘ ପଥରେ !
ସେତେବେଳେ ମୁଁ ଆଉ ମୁଁ ହେଇ ରୁହେନି !
ତୁମେ ଆଉ ତୁମେ ହେଇ ରୁହନି ,
ତୁମେ ଆଉ ମୁଁ ଆମେ ରେ ରୂପାନ୍ତରିତ ହେଇଯାଉ ,
ପୁଣି କେତେ କଳ୍ପ ଆଲୋକ ବର୍ଷ ପାଇଁ !
ମୋ ହାତରେ ହାତ ମିଶାଇ ତୁମେ କଥାଦିଅ ,
ଆଉ କେବେ ବି ତୁମେ ଫେରିଯିବ ନାହିଁ ,
ତାହା ବୋଧେ ସାତ ଜନ୍ମ ଯାଏ !
ସେତେବେଳେ ମୁଁ ଦେଖେ ,
ତୁମ ଆଖି ପହଁରି ଯାଏ ଗୋଟେ ଆତ୍ମିୟତା ର ଚାହାଁଣିରେ ,
ମୋ ଦେହରେ ଖୋଜେ ଏକ ପାନ୍ଥଶାଳା !
ହେଲେ ମୁଁ ଅଟକାଏ ନାହିଁ ସେଇ କ୍ଳାନ୍ତ ପଥିକାକୁ ,
ବିଶ୍ରାମ ର ସ୍ଵତନ୍ତ୍ର ତନ୍ତ୍ରରେ ବିଦଗ୍ଧତାର ମୋହ ,
କ୍ଳାନ୍ତ ଆଖିରେ ଯେତେ ଅମାନିଆ ଖୋଜିଲାପଣ !
ମୁଁ ପୁରୁଷ ର ଏକ ଅବତାର !
କେବେ ତୁମକୁ ଓ ତୁମର ଅମାନିଆ ପଣକୁ ମୁଁ ଅଟକାଇ ନାହିଁ,
ତୁମେ ମିଶିଯାଅ ମୋ ଦେହରେ , ମୋ ଆତ୍ମାରେ ,
ମୋ ହୃଦୟ ଓ ଧମନୀ ର ପ୍ରତ୍ୟେକଟି ତନ୍ତ୍ରୀରେ ।
ମୁଁ ବି ତୁମ ଅମାନିଆ ପଣକୁ ପାଛୋଟି ନିଏ ,
ତୋଳିନିଏ ତୁମକୁ ମୋ କ୍ଷତାକ୍ତ ହୃଦୟରେ ।
