Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahesweta Panigrahi

Others

4.0  

Mahesweta Panigrahi

Others

କ୍ଳାନ୍ତ ଅପରାହ୍ନ

କ୍ଳାନ୍ତ ଅପରାହ୍ନ

1 min
143



ସତେଜ କପେ ଗରମ ଚାହା ରୁ

ଆରମ୍ଭ ଏ ଦିନ ମୋର,

କର୍ମ ଜଞ୍ଜାଳ ର ଗରମ କଢ଼େଇ ରେ

ପ୍ରେସର କୁକର୍ ର ସିଟି ରେ

ହୋଇ ଉଠେ ତର ତର।


ପୂଜା ଦୀପ ଧୂପ ଫୁଲ ମାଳ ଦିଏ

ପୂଜିବା ପାଇଁ ଠାକୁର,

ଘଣ୍ଟ ର ଟିନ୍ ଟିନ୍ ଶବ୍ଦ

ତା' ସହ ଘଣ୍ଟା ର ମ୍ୟୁଜିକ

କରିଦିଏ ହରବର।


ଅପଲକ ନୟନ ରେ ଚାହିଁ ବସିଥାଏ

ଫେରିବା ବାଟ ତୁମର,

ବାଇକ୍ ର ଘଡ ଘଡ଼

ଘର ଚଟିଆ ଙ୍କ କିଚିରି ମିଚିରି

ଲାଗେ ଭାରି ଆପଣାର।


ଚାହୁଁ ଚାହୁଁ ସଞ୍ଜ ଗଡି ଆସେ

ଅପରାହ୍ନ ନେଇଗଲା କେଉଁ ଚୋର,

ମୋର ଅଜଣାତ ରେ

କ୍ଳାନ୍ତି ଭରିଯାଏ ଶରୀର ରେ

କ୍ଳାନ୍ତ ଅପରାହ୍ନ ଟି ହୋଇ ନ ପାରେ ମୋର।





Rate this content
Log in