କଳା ସଂକୃତିର ପିଠ ମୋ ଉତ୍କଳ ମାଟି
କଳା ସଂକୃତିର ପିଠ ମୋ ଉତ୍କଳ ମାଟି
ଉଦିତ ସୁରୁଜ ଦିଏ ଆଭାସ
ଆଉ ଏକ ଦିନ ଆସିଗଲା
କଁଅଳ କିରଣ ବିଛାଏ ଆଦିତ୍ୟ
ସ୍ୱର୍ଣ୍ଣ ର ଚମକ ଆହା ଖେଳିଗଲା
ଲାଙ୍ଗୁଡ଼ା ନରସିଂହ କୋଣାର୍କ ମାଲିକ
କେତେ ଆଶ୍ଚର୍ଯ୍ୟ ବୁଦ୍ଧି ର ଗନ୍ତାଘର
ବାର ସହ ବଢ଼େଇ ଙ୍କ ହେଲେ ଚିନ୍ତା ର ବିଷୟ
ଧର୍ମପଦ ହାରି ଜୀବନ ହେଲେ ଅମର
ହେଲେ ବୁଝିଲେନି ଏ ମୂର୍ଖ ଇ°ରେଜି
ପରିଶ୍ରମ ଆଉ ଜୀବନ ଯେ ଅମୁଲ
ଚୋରେଇ ନେଲେ ଆସି ଦଧିନଉତି
କରି ବାଣିଜ୍ୟ ବେପାର ମୂଲ୍ୟ l
କାଳିଆ ହସୁଛି ଶିରିକ୍ଷେତ୍ରେ ବସି
ଦେଖି ଦୁନିଆ ର ମାପ କାଠି
ଦେଶ ବିଦେଶ ଲୋକଙ୍କ ଧାର ଛୁଟୁଛି
ଟାଣିବାକୁ ତା ରଥ ଦଉଡି
ବୈକୁଣ୍ଠ କୋଇଲି କେଡେ ଶାନ୍ତ ଆହା
ସଜାଡି ରଖିଛି ପୁରୁଣା ସ୍ମୃତି କୁ
ନରେନ୍ଦ୍ର ପୋଖରୀ ପାଣି ପରା
ଅପେକ୍ଷା କରିଛି କରିବାକୁ ସ୍ୱଚ୍ଛ କୁକର୍ମ କୁ
ଲୁହା ବାଡ ନୁହେଁ ଏତ
ଏପରା ପଥର ପ୍ରାଚୀର
ମେଘନାଦ ଅଟେ ନାମ ତାହାର
ଅଟକାଇ ପାରେ ପା ସେ ଶତ ସମୁଦ୍ର ଅଶାନ୍ତ ଗର୍ଜନ
ଛପନ ପଉଟି ଲାଗୁଛି ନୀତି
ବଡ ଠାକୁର ପାଖେ
ତେତିଶ କୋଟି ଦେବା ଦେବୀ
ରହିଛନ୍ତି ସେଠି ବୁଝାଇବାକୁ ସତେ
ମିଳିମିଶି ରହିବା ପଦ୍ଧତି l
ଝଙ୍କଡ, ଆରଡ଼ି, ଘଟଗାଁ ଓ କାକଟପୁର
ପାଇଛି ଅମୃତ ମା ର
ଦେଖୁଛନ୍ତି ସବୁ ନୀତି ଦିନ
ମା ର ଜ୍ୟୋଳନ୍ତ ନୟନ l
ଖଣ୍ଡଗିରି, ଉଦୟଗିରି, ଲଳିତଗିରି
ଗାଏ ବୁଦ୍ଧ ଙ୍କ ସୁନ୍ଦର ଭାବନା
କେତେ ସ୍ମୃତି ସବୁ ସାଇତି ରହିଛି
ପଥର ଖୋଦିତ ହୋଇ ବୁଝିବାକୁ ତାଙ୍କ ଚିନ୍ତା ଧାରା l
ଉଡ୍ର ରାଜରାଣୀ ଚିଲିକା ରାଣୀ
ଅଟକାଇ ଦିଏ ପ୍ରତି ଆଖି
ଦେଖିବାକୁ ତା ସୁନ୍ଦର ତୃପ୍ତି
ଦେବାକୁ ଟିକେ ଆତ୍ମା ଶାନ୍ତି l
ଓଡିଶୀ ନୃତ୍ୟ ର ଅଦ୍ଭୁତ କଳା
କରେ ପ୍ରଦର୍ଶନ ଉତ୍କଳ କନ୍ୟା
ଦେବଦାସୀ ନୃତ୍ୟ ଦେଖି
ଯାଏ ସମସ୍ତ ଙ୍କ ଆଖି ଲାଖି l
କଳା ସଂସ୍କୃତି ର ପୀଠ
ଏ ପରା ଉତ୍କଳ ର ରକ୍ତ
ପ୍ରତି ଟୋପା ଆଜି ଅସୁରକ୍ଷିତ
ରକ୍ଷା କର ଆରେ କଳିଙ୍ଗ ସନ୍ତାନ l