କଳା ଶ୍ରୀମୁଖରେ ଚକା ଚକା ଆଖି
କଳା ଶ୍ରୀମୁଖରେ ଚକା ଚକା ଆଖି
କଳା ଶ୍ରୀମୁଖରେ ଚକା ଚକା ଆଖି
ନିରେଖି ଦେଖୁଛି ଏତେ
ମନ କାହିଁ ବୋଧ ହେଉ ନାହିଁ ମୋର
ଯେତେ ମୁଁ ଭାବୁଛି ତୋତେ
ମନ ଭାବେ ମୋର ଚକା ଆଖି ତୋର
ସତେକି ଦେଖୁଛି ମୋତେ
ଭାସିଯାଏ ମୋର ଭାବର କନ୍ଦର
କିଛି କ୍ଷଣ ପାଇଁ ସତେ
ସଂସାର ଜଞ୍ଜାଳ ସରିଯାଏ ବେଳ
ଦରଶନ ହୁଏ ଆନ
ମନ ହୁଏ ରହି ଆଶା ଯାଏ ବୋହି
ଶ୍ରୀ ମନ୍ଦିରେ ଆଗମନ
କପାଳ ଲିଖନ କରୁଛି କି ଛିନ୍ନ
ମୋତେ ମୋର ମାୟା ମୋହ
ତୁମଠାରୁ ଦୂରେ ରହିଛି ଅନ୍ଧାରେ
ରହୁନାହିଁ ମୋର ଲୟ
କଷ୍ଟେ ମଷ୍ଟେ ଯାଏ ଦିନ ମୋର ଏଠି
ନାହିଁ ଲୟ ତୁମ ଭାବ
ସେ ଭାବରୁ ଟିକେ ଦିଅ ମୋତେ ପ୍ରଭୁ
ପ୍ରାପ୍ତି ହେବ ଅପବର୍ଗ
ତୁମେ ହିଁ ଆନନ୍ଦ ତୁମେ ମହାନନ୍ଦ
ତୁମ ନାମ ଥିଲେ କଣ୍ଠେ
ସେ ଆନନ୍ଦ ଖୁସି ଲୁହ ଭରେ ଆଖି
ଲୋମ ବି ଟାଙ୍କୁରି ଉଠେ।
ପ୍ରଶାନ୍ତ କୁମାର ହୋତା
