STORYMIRROR

Prasanta kumar Hota

Others

2  

Prasanta kumar Hota

Others

କଳା ଶ୍ରୀମୁଖରେ ଚକା ଚକା ଆଖି

କଳା ଶ୍ରୀମୁଖରେ ଚକା ଚକା ଆଖି

1 min
418


କଳା ଶ୍ରୀମୁଖରେ ଚକା ଚକା ଆଖି

ନିରେଖି ଦେଖୁଛି ଏତେ

ମନ କାହିଁ ବୋଧ ହେଉ ନାହିଁ ମୋର

ଯେତେ ମୁଁ ଭାବୁଛି ତୋତେ


ମନ ଭାବେ ମୋର ଚକା ଆଖି ତୋର

ସତେକି ଦେଖୁଛି ମୋତେ

ଭାସିଯାଏ ମୋର ଭାବର କନ୍ଦର

କିଛି କ୍ଷଣ ପାଇଁ ସତେ


ସଂସାର ଜଞ୍ଜାଳ ସରିଯାଏ ବେଳ

ଦରଶନ ହୁଏ ଆନ

ମନ ହୁଏ ରହି ଆଶା ଯାଏ ବୋହି

ଶ୍ରୀ ମନ୍ଦିରେ ଆଗମନ


କପାଳ ଲିଖନ କରୁଛି କି ଛିନ୍ନ

ମୋତେ ମୋର ମାୟା ମୋହ

ତୁମଠାରୁ ଦୂରେ ରହିଛି ଅନ୍ଧାରେ

ରହୁନାହିଁ ମୋର ଲୟ


କଷ୍ଟେ ମଷ୍ଟେ ଯାଏ ଦିନ ମୋର ଏଠି

ନାହିଁ ଲୟ ତୁମ ଭାବ

ସେ ଭାବରୁ ଟିକେ ଦିଅ ମୋତେ ପ୍ରଭୁ

ପ୍ରାପ୍ତି ହେବ ଅପବର୍ଗ


ତୁମେ ହିଁ ଆନନ୍ଦ ତୁମେ ମହାନନ୍ଦ

ତୁମ ନାମ ଥିଲେ କଣ୍ଠେ

ସେ ଆନନ୍ଦ ଖୁସି ଲୁହ ଭରେ ଆଖି

ଲୋମ ବି ଟାଙ୍କୁରି ଉଠେ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍