STORYMIRROR

Sanuja Meghamala

Others

4  

Sanuja Meghamala

Others

କଳା ମାଣିକ

କଳା ମାଣିକ

1 min
556


ମଥୁରା ନଗରେ  କଂସ ବନ୍ଦୀ ଘରେ

     ଜନମିଲ  ନିଶାର୍ଦ୍ଧରେ

ଦେଖି ଦିବ୍ୟ ରୂପ ହେଲେ ଆହ୍ଲାଦିତ

    ପିତା ମାତା  ନୀରବରେ ।(୧)


ଦେବକୀ ନନ୍ଦନ  ବସୁଦେବ ସୁତ

      ଅସୁର କୂଳ ବଇରୀ

ଯଶୋଦା ଜୀବନ   ନନ୍ଦ ପ୍ରାଣଧନ

     ଜୟ ହେ କୁଞ୍ଜ ବିହାରୀ ।(୨)


ପୁତନା ନାଶିଲ  କାଳୀୟ ଦଳିଲ

    ଟେକି ଗିରି ଗୋବର୍ଦ୍ଧନ

କୁରୁ ସଭା ତଳେ  କୋଟି ବସ୍ତ୍ର ଦେଇ

 ରଖିଲ ଦ୍ରୌପଦୀ ମାନ ।(୩)


କୁରୁ ପାଣ୍ଡବର     ମହାସମରରେ

       ହସ୍ତେ ଅସ୍ତ୍ର ନ ଧରିଲଦୁ

ଦୁର୍ଯ୍ୟଧନେଇ ନାରାୟଣୀ ସେନା

  ଅର୍ଜୁନ ସାରଥୀ ହେଲ ।(୪)

  

ଖୁଦ ଭଜା ମୁଠେ  ବନ୍ଧୁ ପତ୍ନୀ ଦେଲେ

     ସ୍ନେହରେ ଯତନ କରି

ସେ ଖୁଦ ଭଜାରେ   କି ଅମୃତ ଥିଲା!

      କିଛି ନୁହେଁ ତାର ସରି ।(୫)


ମୁଁ ଛାରମାନବ    କି ଅବା ବୁଝିବି

      ତୁମ ଅଭିନୟ କଳା

କରି କରାଉଚ୍ଛ    ତୁମରି ଭିଆଣ

   ସବୁ ଅଟେ ତୁମ ଲୀଳା ।(୬)


ସବୁ ଅନ୍ଧାର ରେ    ତୁମେ ଯେ ଆଲୋକ

      ଅନ୍ଧର ଲଉଡି ପରା।  

 ତାରିବ ମାରିବ     ରଙ୍କ ରତନ ହେ

     ତୁମେ ତ ଦୁଃଖ ପାଶୋରା ।   (୭)

କଳା ମାଣିକ ହେ   ମୋ ଜୀବନ ଧନ୍ୟ

   ତୁମ ଶ୍ରୀ ମୁଖକୁ ଚାହିଁ

ଏ ଭବ ସାଗରେ    ତୁମେ ଯେ ନାଉରୀ

   ତୁମ ବିନୁ ଆଶ୍ରା ନାହିଁ ।(୮)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍