କିନ୍ନର୍
କିନ୍ନର୍
କିଏ କହୁଛେ ଆମକୁ ଗଣିଆ
କିଏ କହୁଛେ ଛକା,
କେତେ ଟପା ଦେଏକା ମାରୁଥିସନ
ଆମକୁ ଦେଖି ଏକା l
କେତେ ନିଷ୍ଠୁର୍ ଇ ଦୁନିଆଁର୍ ଲୋକ୍
ଆମକୁ କରୁଛେ ଅପମାନ,
ଆମେ ବି ତ ମାଆର୍ କୁଲେ ଜନମ୍
ଆମର ବି ଅଛେ ସମ୍ମାନ ।
କେତେ ଲାଡେ ଗେଲେ ବଡ୍ ହେଇଥିସୁ
ମାଆ,ବୁଆର୍ ହାତ୍ ଧରି,
ବୁଝି ନାଇଁ ପାରେ ଇ ଦୁନିଆଁ ସମାଜ୍
ଆମେ ବି ହଉ ପରି ।
ଆମର୍ ମଜାକ୍ ଉଡ଼ାଉ ଥିସନ୍
ଆମକୁ କହି ଦୁର୍ବଳା,
ସବେ କର୍ ସନ୍ ଛି ଛି ମାର୍ ମାର୍
କହୁଛନ୍ ଘରୁ ପଲା l
ଦଇବ ର୍ ଗଢା ଆମର୍ ଜୀବନ୍
ଆମର୍ ବି ଅଛେ ସପନ୍,
ସବୁ ମୁନୁଷ୍ ଜାଏତ୍ ସମାନ୍ ଆଏ
କେନ୍ତା ହେଲୁ ଅଲଗ୍ ଇନ ?
ରକତ୍,ମାଂସ,ହାଡେ ଗଢା ଆମର୍ ଶରିର
ଆମକୁ ବି ବଚ୍,ବାର୍ କେ ଦିଅ,
ଛକା,ଗଣିଆ,କିନ୍ନର ର୍ଦୁବଲା କହି କରି
ନାଇଁ କର ଆଉ ଅନ୍ୟାୟ ।