STORYMIRROR

Hasyamayee Raj

Others

4  

Hasyamayee Raj

Others

କଇଁଚିର ସ୍ବର

କଇଁଚିର ସ୍ବର

1 min
340


ଦୁଇ ଧାର ତୋର

କାଟୁଯେ ହଜାର

ହିସାବ ତାହାର ନାହିଁ

କେବେ ସୁନ୍ଦର

କେବେ ଅସୁନ୍ଦର

କେବେ ତୁ ସୁଢଳ

କେବେ ଭୟଙ୍କର

ରୂପ ତୋ ଦେଖାଉ ଥାଉ।


କାନେ କାନେ ଦେଉ

ବାରତା ହେ ମିତ 

ଠିକ୍ ଧରିଲେ

ମୋତେ ତୁମ ହାତ

କୃତଘ୍ନ ହେବିନି 

କେବେ ଜୀବନରେ

ଲାଗିବି ସଦା ମୁଁ

ତୁମ ଉପକାରେ

ଢାଳିବନି ଆଉ ଲହୁ ।


ଅଜବ କିନ୍ତୁ ଏ

ଦୁନିଆର ରିତୀ

ଭଲ ନୁହେଁ ସଦା

ମନ୍ଦେ ତାର ମତି

କାଗଜ ନୁହେଁ ସେ

କାନ ଦିଏ କାଟି

କରୁଥାଉ ଅଳି

ଦୁନିଆ ପାଖରେ

ଏକଥା ଜମା ନହେଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍