କିମ୍ପା ଲଜ୍ଜ୍ୟା ଲାଗେ ତତେ
କିମ୍ପା ଲଜ୍ଜ୍ୟା ଲାଗେ ତତେ
ଛାଡ଼ି ମାତୃଭାଷା ଗୃହସ୍ଥାଶ୍ରମରେ
କହୁଅଛୁ ଅନ୍ୟ ଭାଷା
ପତ୍ନୀ ଓ ସନ୍ତାନେ ନକହୁ ଓଡ଼ିଆ
କରୁଅଛୁ ଲୋକହସା।
ଜନନୀର ଭାଷା ଛାଡ଼ି ଦେଲୁ କିମ୍ପା?
ଛାଡ଼ି ପାରିବୁକି ମାତା
ଆଦର ହିଁ ନାହିଁ ନିଜ ଭାଷା ପ୍ରତି
କାନ୍ଦୁଅଛି ଆମ ମାତା।
ଓଡ଼ିଆ ସଂସ୍କୃତି ପୁରୁଣା ସଂସ୍କୃତି
ଓଡ଼ିଆ ପୁରୁଣା ଭାଷା
କରୁ ହୀନିମାନ କିମ୍ପା ହିଁ ତାହାରେ
ଓଡ଼ିଆ ଜନନୀ ଭାଷା।
ବିଦେଶୀ ଭାଷାକୁ ଆଦର କରୁଛୁ
ଧାଉଁ ଅଛୁ ପଛେ ତାର
ନିଜ ମାତୃଭାଷା ଆଦର ନକରି
କରୁ ହୀନିମାନ ତାର।
ଶାସ୍ତ୍ର କହୁଅଛି ସ୍ୱଦେଶ ସ୍ୱଭାଷା
ସ୍ୱଜାତିର ହିଁ ସାଧନେ
ଯାର ନଲାଗେଟି ମନପ୍ରାଣ ହୃଦେ
ପଶୁ ପରିଟି ଜୀବନେ।
ଜୀବନେ ଚନ୍ଦନ ଭାଷା ହିଁ ଜୀବନ
ଭାଷା ହିଁ ସମ୍ମାନ ଆମ
ଆଦର କରିବା କର୍ତ୍ତବ୍ୟ ଆମର
ସୁରକ୍ଷା ରଖିବା ଧର୍ମ।
ନିଜ ଭାଷା ନାହିଁ ଜୀବନେ ଯାହାର
ମୃତ୍ୟୁ ପିଣ୍ଡ ପରି ସେହୁ
ବଙ୍ଗାଳି ଦିଅନ୍ତି ଭାଷାକୁ ସମ୍ମାନ
ଆଦର କରନ୍ତି ସେହୁ।
ବଙ୍ଗାଳିଙ୍କ ଠାରୁ ଶିଖ ହେ ସମ୍ମାନ
ଭାଷାର ମହତ୍ତ୍ୱ କେତେ
କସ୍ତୁରୀର ପରି ଓଡ଼ିଆ ଭାଷାକୁ
କର ସୁଗନ୍ଧିତ ନିତ୍ୟେ।
ଭାଷାରେ କହିଲେ ଗୌରବ ପାଇବୁ
ସମ୍ମାନ ପାଇବୁ ନିତ୍ୟେ
ଓଡ଼ିଆ ମହତ୍ତ୍ୱ ଗୁଞ୍ଜି ଉଠିବଟି
ସମ୍ମାନ କରିବେ ନିତ୍ୟେ।
ଓଡ଼ିଆ ହିଁ ଆମେ ଭାଷା ବି ଓଡ଼ିଆ
ରଖିବା ମାନ ତାହାର
ସୁରକ୍ଷା କରିବା ଗର୍ବ ଭି କରିବା
ଜନନୀ ଭାଷା ଆମର।
ଓଡ଼ିଆଙ୍କ ପ୍ରଭୁ ଅଟନ୍ତି କାଳିଆ
ଜଗତ ଠାକୁର ସେହୁ
ବଡ଼ଦେଉଳରୁ ଚକାନୟନରେ
ଦେଖୁଥାନ୍ତି କର୍ମ ସେହୁ।
ରଖିବା ସମ୍ମାନ ଓଡ଼ିଆ ଦିଅଁଙ୍କ
କର୍ତ୍ତାଧର୍ତ୍ତା କୃପାସିନ୍ଧୁ
ଓଡ଼ିଆ ପଢିବା ଓଡ଼ିଆ କହିବା
ଓଡ଼ିଆ ହିଁ ଜନ୍ମବିନ୍ଦୁ।
