କିଏ ସେହି ଧାମ
କିଏ ସେହି ଧାମ
1 min
448
କିଏ ସେହି ଧାମ ମରତେ ବୈକୁଣ୍ଠ
ଦେବତାଙ୍କ ଯହିଁ ବାସ
ପ୍ରତିଟି କ୍ଷଣରେ ଆନନ୍ଦ ବିହରେ
ଦୁଃଖ, ଶୋକ କରି ନାଶ ।
ସେନେହ ଆଦର ସମ୍ପର୍କର ଡୋର
ପ୍ରେମେ ହୋଇଅଛି ବନ୍ଧା
ମଧୁଭରା ବାଣୀ କର୍ଣ୍ଣ ଥାଏ ଶୁଣି
ମମତାରେ ଶିଶୁ ଛନ୍ଦା ।
ଗୀତା ଭାଗବତ ହୁଅଇ ଶ୍ରବଣ
ସକାଳେ ସନ୍ଧ୍ୟାରେ ନିତି
ବୃନ୍ଦାବତୀ ମୂଳେ ସଞ୍ଜବତୀ ଜଳେ
କେଉଁ କାଳରୁ ଏ ରୀତି ।
ଦେବତା ରୂପରେ ଅତିଥି ବିରାଜେ
ଗାଏ ଗଉରବ ଗାନ
ସେବା ତିତୀକ୍ଷାର ଉଡେ ବୈଜୟନ୍ତ
ବଢାଇ ଜାତିର ମାନ ।
ଭରଷା ବିଶ୍ୱାସ ସଦା କରେ ବାସ
ସଭିଏଁତ ଛନ୍ଦାଛନ୍ଦି
ପ୍ରେମର ରଜ୍ଜୁରେ ଏକତା ସୂତ୍ରରେ
ଯେଉଁଠି ସଭିଏଁ ବନ୍ଦୀ ।
