The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ତାରାପ୍ରସାଦ ଜେନା

Others

3  

ତାରାପ୍ରସାଦ ଜେନା

Others

କିଏ ସେ କେମିତି ଦେଖୁଛି ଜାଣେନା ମୁଁ ଜାଣେ ନିଜକୁ କବି

କିଏ ସେ କେମିତି ଦେଖୁଛି ଜାଣେନା ମୁଁ ଜାଣେ ନିଜକୁ କବି

1 min
204



କିଏ ସେ କେମିତି ଦେଖୁଛି ଜାଣେନା

ମୁଁ ଜାଣେ ନିଜକୁ କବି

ମନର କାଗଜେ ନିଜର ଇଛାରେ

ଆଙ୍କୁଛି ବଢ଼ିଆ ଛବି

 .........କିଏ ସେ କେମିତି ଦେଖୁଛି ଜାଣେନା

              ମୁଁ ଜାଣେ ନିଜକୁ କବି ! ୦ !


ନିଜକୁ ଜାଳିକି ଆଲୋକ ଦେବାରେ

କରୁନି ସାମାନ୍ୟ ହେଳା

ଲୁହକୁ ଶୁଖାଇ ଲହୁରେ ଲେଖୁଛି

ମୁଁ ପରା ଭାବର ଭୋଳା

ଦୁଃଖରେ ମୁଁ ରହିବି ପଛକେ

ସୁଖକୁ ବାଣ୍ଟୁ ମୁଁ ଥିବି

 .........କିଏ ସେ କେମିତି ଦେଖୁଛି ଜାଣେନା

              ମୁଁ ଜାଣେ ନିଜକୁ କବି ! ୧ !


ପ୍ରେମରେ ନ ଥାଇ ପ୍ରେମରେ ପଡ଼ିଛି

ଫୁଲରେ ରଖିଛି ଗେଲ

କଣ୍ଟାର ଆଘାତ ସହିବା ପାଇଁକି

ରାଣକୁ ଖାଇଛି ଭଲ

ଉଦାର ହୃଦୟ ପାଲଟି ସତରେ

ସହଜେ ଯାଉନି ଦବି

 .........କିଏ ସେ କେମିତି ଦେଖୁଛି ଜାଣେନା

              ମୁଁ ଜାଣେ ନିଜକୁ କବି ! ୨ !


ଈର୍ଷାର ସହରେ କିଏ ବା କୋଉଠି

ଦେବାକୁ କଳଙ୍କ ଟୀକା

ତା ମନ ଖୁସିରେ କପାଳ ନୁଆଁଏ

ମୁଁ ଏକ ନିରୀହ ବୋକା

କଳ୍ପନା ଭିତରେ ଖିଆଲୀ ମଣିଷ

କଳ୍ପଣା ମୁଁ ଭୁଲି ଯିବି

 .........କିଏ ସେ କେମିତି ଦେଖୁଛି ଜାଣେନା

              ମୁଁ ଜାଣେ ନିଜକୁ କବି ! ୩ !


Rate this content
Log in