STORYMIRROR

Anam Charan Sahoo

Others

3  

Anam Charan Sahoo

Others

କିଏ ଖୋଜେ କାହାକୁ

କିଏ ଖୋଜେ କାହାକୁ

1 min
165

ଜଗତରେ ଭୋକ ଅନେକ ପ୍ରକାର

ଅବୁଝା କେତେ ଯେ କଥା

ଭୋକ ବିକଳରେ କାହା ପ୍ରାଣ ଯାଏ

କିଏ ଭୋଗେ ପୁଣି ବ୍ୟଥା।

ସାହୁକାର ଭୋକ ଖାଇବାକୁ ସୁଧ

ଶିଶୁ ଲୋଡେ ମାଆ କ୍ଷୀର

ଅଫିସର ମନ ଖୋଜେ କଳାଧନ

କନ୍ୟା ଖୋଜେ ଭଲ ବର।

କାମାନ୍ଧ ପୁରୁଷ ଲୋଡେ ନାରୀ ଦେହ

ବାରନାରୀ ଖୋଜେ ଧନ

ସରକାରଙ୍କର ଟ୍ୟାକ୍ସ ଦରକାର

ପଶୁପକ୍ଷୀ ପାଇଁ ବନ।

ନଦୀ ଧାଉଁ ଥାଏ ସାଗର ସଙ୍ଗମେ

ଠିକାଦାର ଖୋଜେ କାମ

ପୁଷ୍ଟି ଖୋଜୁଛନ୍ତି ନଗଡାର ଶିଶୁ

ବୁଢ଼ା ଖୋଜେ ବୁଢ଼ୀ ପ୍ରେମ।

କଳିହୁଡି ଖୋଜେ ଘରେ ଘରେ କଳି

ମଧୁପ ଖୋଜଇ ମଧୁ

ଅରବିନ୍ଦ ଖୋଜେ ସୂରୁଜର ପ୍ରେମ

କଇଁ ଚାହିଁ ରହେ ବିଧୂ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍