କିଏ ବୁଝିବାକୁ ନାହାନ୍ତି
କିଏ ବୁଝିବାକୁ ନାହାନ୍ତି
ପୁଅପିଲାଟିଏ ଖୁସିରେ ଥାଏ
ମାଆ ବାପାଙ୍କର ପାଖେ
ଚାଲିବା ଖେଳିବା କହିବା ବଞ୍ଚିବା
ମାଆ ବାପାଙ୍କ ଠୁଁ ଶିଖେ ।
ମାଆ ବାପା ନିଜ ଦାଇତ୍ୱ ଭାବି
ବୋହୁ ଟିଏ ଆଣିଦେଲେ
ସେହିଦିନ ଠାରୁ ନିଜର ପୁଅକୁ
ଅନ୍ୟ ହାତେ ଟେକିଦେଲେ ।
ମାଇପ କହିଲା ମୋ ଘଇତା ବୋଲି
ମା କହେ ମୋର ପୁଅ
ବିଚରା ପୁଅ ଟା ହନ୍ତସନ୍ତ ହେଲା
ଆଖିରୁ ଗଡେଇ ଲୁହ ।
ମାଇପ କହୁଛି ମୋ ଘଇତା ଟା
ମାଆ ବୋଲ କରା ହେଇଛି
ମାଆ କହୁଅଛି ମୋ ପୁଅଟା
ମାଇପ କଥାରେ ନାଚୁଛି ।
ପୁରୁଷ ବାପୁଡା ରୋବର୍ଟ ଭଳିଆ
ଏଣେ ତେଣେ ଘୁରି ବୁଲୁଛି
ଏଣେ ବ୍ରହ୍ମହତ୍ୟା ତେଣେ ଗୋ ହତ୍ୟା
କଣ କରିବ ଭାବୁଛି ।
ବାପା ମାଆ ଭାଇ ଭଉଣୀ ଓ ସ୍ତ୍ରୀ
ପୁଅକୁ ହିଁ ଦୋଷ ଦିଅନ୍ତି
ପୁରୁଷ ବାପୁଡା ମନେ ମନେ କାନ୍ଦେ
ତାର ଦୁଃଖ କେ ନଦେଖନ୍ତି ।
ସ୍ତ୍ରୀ ଲୋକଟିଏ ପାଟିକରି କାନ୍ଦେ
ଗାଁ ଲୋକ ସବୁ ଜାଣନ୍ତି
ପୁରୁଷ ବାପୁଡା ମନେ ମନେ କାନ୍ଦେ
କିଏ ବୁଝିବାକୁ ନାହାନ୍ତି ।