STORYMIRROR

Niranjan Sahu

Others

2  

Niranjan Sahu

Others

କିଛି ଠିକଣା ନାହିଁ

କିଛି ଠିକଣା ନାହିଁ

1 min
94

ନିଜର କର୍ମ ଉପରେ ବିଶ୍ୱାସ ରଖନ୍ତୁ

ନିଜ ଉପରେ ବିଶ୍ୱାସ ରଖନ୍ତୁ

ନିଜ ମାଆ ବାପା ଉପରେ ବିଶ୍ୱାସ ରଖନ୍ତୁ

କାରଣ

ଏମାନେ ହିଁ ବିଶ୍ୱାସ ପାଇଁ ଯୋଗ୍ୟ

ନିଃସ୍ୱାର୍ଥପର ଭାବରେ ତୁମ ବିଶ୍ୱାସକୁ ସମ୍ମାନ ଦେଇଥାନ୍ତି

ଆଉ ଏ ଦୁନିଆର 

ମଣିଷମାନଙ୍କର କି କଥା

ସ୍ୱାର୍ଥ ଥିଲେ 

ତୁମ ବିଶ୍ୱାସକୁ ପ୍ରଶଂସାରେ ପୋତି ପକେଇବେ

ଆଉ ଟିକିଏ ସ୍ୱାର୍ଥରେ ଆଞ୍ଚ ଆସିଲେ

ନିନ୍ଦାରେ ପୋତି ପକେଇବେ

ଏଣ୍ଡୁଅ ସିନା ରଙ୍ଗ ବଦଳାଏ ହେଲେ ତାହାଠାରୁ ବି

ମଣିଷମାନେ ରଙ୍ଗ ବଦଳେଇବାରେ ଓସ୍ତାଦ

ସାପର ମୁଣ୍ଡରେ ବିଷ ଥାଏ

ବିଛାର ଲାଙ୍ଗୁଡ଼ରେ ବିଷ ଥାଏ

ହେଲେ ମଣିଷଗୁଡାକର ମନରେ ବିଷ ଥାଏ  

ସେ ବିଷ କେତେବେଳେ ଢାଳି ଦେବେ

କିଛି ଠିକ୍ ଠିକଣା ନାହିଁ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍