କିଛି ଠିକଣା ନାହିଁ
କିଛି ଠିକଣା ନାହିଁ
ନିଜର କର୍ମ ଉପରେ ବିଶ୍ୱାସ ରଖନ୍ତୁ
ନିଜ ଉପରେ ବିଶ୍ୱାସ ରଖନ୍ତୁ
ନିଜ ମାଆ ବାପା ଉପରେ ବିଶ୍ୱାସ ରଖନ୍ତୁ
କାରଣ
ଏମାନେ ହିଁ ବିଶ୍ୱାସ ପାଇଁ ଯୋଗ୍ୟ
ନିଃସ୍ୱାର୍ଥପର ଭାବରେ ତୁମ ବିଶ୍ୱାସକୁ ସମ୍ମାନ ଦେଇଥାନ୍ତି
ଆଉ ଏ ଦୁନିଆର
ମଣିଷମାନଙ୍କର କି କଥା
ସ୍ୱାର୍ଥ ଥିଲେ
ତୁମ ବିଶ୍ୱାସକୁ ପ୍ରଶଂସାରେ ପୋତି ପକେଇବେ
ଆଉ ଟିକିଏ ସ୍ୱାର୍ଥରେ ଆଞ୍ଚ ଆସିଲେ
ନିନ୍ଦାରେ ପୋତି ପକେଇବେ
ଏଣ୍ଡୁଅ ସିନା ରଙ୍ଗ ବଦଳାଏ ହେଲେ ତାହାଠାରୁ ବି
ମଣିଷମାନେ ରଙ୍ଗ ବଦଳେଇବାରେ ଓସ୍ତାଦ
ସାପର ମୁଣ୍ଡରେ ବିଷ ଥାଏ
ବିଛାର ଲାଙ୍ଗୁଡ଼ରେ ବିଷ ଥାଏ
ହେଲେ ମଣିଷଗୁଡାକର ମନରେ ବିଷ ଥାଏ
ସେ ବିଷ କେତେବେଳେ ଢାଳି ଦେବେ
କିଛି ଠିକ୍ ଠିକଣା ନାହିଁ
