STORYMIRROR

Sadananda Sahoo

Others

2  

Sadananda Sahoo

Others

କିଛି ସ୍ମୃ୍ତି ହୃଦୟର

କିଛି ସ୍ମୃ୍ତି ହୃଦୟର

2 mins
447



ସ୍ମୃ୍ତିରୁ ବିସ୍ମୃ୍ତି ହୋଇନାହିଁ ଛବି

ଭାସି ଉଠେ ଚିତ୍ରରାଜି ,

ଭାବ ବନ୍ଧନର ସମ୍ପର୍କର ଡୋର

କୁହୁକ ସାଜିଛି ଆଜି ! !


ମୋ' ସହପାଠିନୀ ପରାଣ ସଙ୍ଗିନୀ

ପଦ୍ମଜା ବୀଭଜା ପଦ୍ମା ,

ସରାଗ ମନରେ ହସର ଜୁଆରେ

ବୁଡି ରହୁଥିଲା ସଦା ! !


ସମୟ ଅନ୍ତରେ ହଜିଗଲା ସେ'ଯେ

ସଂସାରୀ ଜଞ୍ଜାଳେ ଭାସି ,

ହସର ଆସର ହୋଇଗଲା ସ୍ଵପ୍ନ

ଅପସରିଗଲା ଖୁସି ! !


ବହୁଦିନ ପରେ ଦେଖାହେଲା ଥରେ

ବନ୍ଧୁମିଳନର ପର୍ବେ,

ହେଲି ବିମୋହିତ ଦେଖିତା'ର ବେଶ

ପାଛୋଟି ନେଲୁତ ସର୍ବେ ! !


ଖୁସିର ମାହୋଲ ଥିଲାତ ଅତୁଲ୍ୟ

ବନ୍ଧୁ ଗହଣରେ ପଦ୍ମା ,

ସରାଗେ କହିଲା ହେମନ୍ତ'ତ ରାଜା

ମୋତେ କାହିଁଏତେ ଖୋଜା ! !


କୈଶୋର'ର ସାଥୀ ପାରିନିମୁଁ' ଭୁଲି

ଏଇ ମୋ' ଅନ୍ତର କଥା ,

ସମ୍ପର୍କର ଡୋରି ଆଣିଛିରେ ଟାଣି

ଅଭୁଲା ଏ'ସ୍ମୃ୍ତି ଗାଥା ! !


ଶୁଭ ଅବସରେ ବନ୍ଧୁ ମିଳନରେ

ଦୁଃଖସୁଖ କରଭାଗ

ଅବସନ୍ନ କ୍ଳାନ୍ତି ଯିବ ହେ' ଦୂରେଇ

ପ୍ରାପ୍ତି ହେଵ ସୁଖମାର୍ଗ ! !


ପ୍ରତି ନବବର୍ଷେ ପାଳିବା ସରବେ

ବନ୍ଧୁତ୍ଵ ମିଳନ ପର୍ବ

ଖାଦ୍ୟ ମଣୋହିରେ ଜମିବ ଆସର

ଅତୁଟ ରହିବ ଭାଵ ! !


ଭୁଲିବନି ପଦ୍ମା ଏ' ହେମନ୍ତ କଥା

ତୁମେ ମୋ' ହୃଦ ସଙ୍ଗାତ

ଆସିବ ନିଶ୍ଚୟ ଏ'ତୁମରି ପରବ

ତୁମେତ ସଭିଁଙ୍କ ମିତ ! !


ସଦାନନ୍ଦ ସାହୁ (କାରା କର୍ମଚାରୀ )

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର , !


Rate this content
Log in