Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3.4  

Sadananda Sahoo

Others

ଖୁସୀ ଆମ ସୁନା ଝିଅ

ଖୁସୀ ଆମ ସୁନା ଝିଅ

1 min
23.8K



ଆମ ସୁନା କନ୍ୟା ସସ୍ମିତା ସମ୍ପଦା 

     ରିଙ୍କି ଖୁସି ଗେହ୍ଲି ମଣି , 

ଏକୋଇର ବାଳୀ ନୟନ ପିତ୍ତୁଳି 

     ସର୍ବଗୁଣା  ସମ୍ଭବାନି ॥ 


ଉର୍ମିଳା ଶିବଙ୍କ ଯୋଗ୍ଯତମ ସୁତା 

     ଆଶାର ଆଲୋକ ଧାରା , 

କାର୍ତ୍ତିକ ଗଣେଷ ଭାତୃଦେବ ଦ୍ଵୟ 

      ସସ୍ମିତା ନୟନ ତାରା ॥ 


ମାତୃ ପିତୃ ସ୍ନେଁହିଁ ସସ୍ମିତା ଦୁଲଣୀ 

     ଅଲିଅଳି ରାଜକନ୍ୟା , 

ପିତା ମାତା ଭ୍ରାତା ଆଦର ଗ୍ରହୀତା 

     ଖୁସିଆଣେ  ସୁଖବନ୍ୟା ॥ 


ସୁଶିକ୍ଷା ଲଭିଚି  ସସ୍ମିତା ଦୁଲଣୀ 

     ସଂସ୍କାରିତ ମନପ୍ରାଣ , 

ଆଚାର ବେଭାର ସବୁତ ସୁନ୍ଦର 

     ନାହିଁଜମା ଟିକେଖୁଣ ॥ 


ମସଗୁଲ ରହେ ଜୀବନ ଜଞ୍ଜାଳେ 

    ଖୁସିତାର   ମୂଳମନ୍ତ୍ର ,

ଜୀବନସଂଗ୍ରାମେ ଅଛିସେ' ସରାଗେ 

    ପଢିଚି ଚାଣକ୍ୟ ଶାସ୍ତ୍ର ॥ 


ରୂପରେ ଗୁଣରେ ସରିହବ କିଏ 

     ସତେ ସରଗର ପରୀ , 

ସସ୍ମିତା ସୁନ୍ଦରୀ ଚନ୍ଦ୍ରମା ବଦନି 

    ପଦ୍ମିନୀ ଜାତିୟା ନାରୀ ॥ 


ଝିଅ ନୁହେଁ ପୁଅ ରିଙ୍କି ସୁନା ଝିଅ 

     କୁଳର ଚାନ୍ଦ୍ରମା ବାଳୀ , 

ଆରକ୍ଷୀ ବିଭାଗେ ସିପାହୀ ପଦରେ 

    କର୍ମ କୁଶଳରେ ରାଣୀ ॥ 


ପରିବାର ବୋଝ ତା'ଉପରେ ନ୍ୟସ୍ତ 

     କର୍ତ୍ତବ୍ୟ ଦାୟିତ୍ୱ କେତେ ,  

ନିଜ ଦୁଃଖ କଥା କହେନି ଅନ୍ୟଥା 

     ହାରିବା ଶିଖିନି  ସତେ ॥  


ଏତେ ସୁନାଝିଅ ଛାଡି ଚାଲିଯିବ 

    ଶାଶୁଘର ବୋହୂ ସାଜି ,  

ବାହୁନି କାନ୍ଦିବେ ପିତାମାତା ସତେ 

    ଭାଇମାନେ ହେବେ ଝୁରି ॥ 


ଶୁଭ ଆଶିର୍ବାଦ ହେଉ ଫଳପ୍ରଦ 

     ରିଙ୍କିସାଜୁ ରାଜରାଣୀ , 

ଆର ବରଷକୁ ଶାଶୁଘର ଯାଉ 

     ବରମିଳୁ ମନଜାଣି ॥ 


ଜଗତର ନାଥ ହୋଇବ ସଦୟ 

    ନିରିମାଖୀ ରିଙ୍କି ବାଳୀ , 

ସର୍ବ କୁଶଳରେ ରଖିବ ସରାଗେ 

    ସର୍ବଦୁଃଖ ନେବହରି ॥ 



Rate this content
Log in