ଖୁସି ଖ୍ରୀଷ୍ଟମାସ
ଖୁସି ଖ୍ରୀଷ୍ଟମାସ
***************************************
ଆଜି ତା ୨୫ - ୧୨- ୨୧ ରିଖ ପବିତ୍ର ବଡ଼ଦିନ ଉପଲକ୍ଷେ ସମସ୍ତ ଖ୍ରୀଷ୍ଟିୟାନ ଭାଇ ଭଉଣୀଙ୍କୁ ମୋ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ.
ମୋ ଲିଖିତ "ଖୁସି ଖ୍ରୀଷ୍ଟମାସ" ଶୀର୍ଷକ କବିତାଟି ଖ୍ରୀଷ୍ଟିୟାନ ଭାଇ ଭଉଣୀଙ୍କୁ ସମର୍ପିତ ।
***************************************
ଜୀବେ ଦୟା ଦୁଃଖୀ ରଙ୍କି ହିତରେ
ଜଗତ କଲ୍ୟାଣ ପାଇଁ
ପବିତ୍ର ପ୍ରେମ ଦୟାର ବୀଜ ବୁଣିଲ
କହୁ ଖ୍ରୀଷ୍ଟ ଧରମ ଏହି l1l
ଖ୍ରୀଷ୍ଟ ଧର୍ମର ଆଲୋକ ଦେଇଥିଲ
ତୁମେ ପ୍ରଭୁ ଯୀଶୁ ଖ୍ରୀଷ୍ଟ
ସତ୍ୟ ଧର୍ମ ନ୍ୟାୟ ପ୍ରେମ ବାଣ୍ଟିଥିଲ
ନଥାଇ କାହା ବିରୁଦ୍ଧେ ରିଷ୍ଟ l2l
ସହନଶୀଳତାର ଅବତାର ତୁମେ ହେ
ଯୀଶୁ କରିଥିଲ ଧରାବତରଣ
ପିତା ଯୋଶେଫ ମାତା ମେରୀ କୋଳେ
ମେଣ୍ଢାଶାଳରେ କଲ ଜନ୍ମଗ୍ରହଣ l3l
ଅଜ୍ଞାନ ସ୍ୱାର୍ଥପର ଅସହିଷ୍ଣୁ ଲୋକ ଅଛନ୍ତି
ଭରି ତ ଏହି ବିଶ୍ୱରେ
ସେମାନଙ୍କ ଅପପ୍ରଚାରରେ କ୍ରୁଶବିଦ୍ଧ ଦଣ୍ଡିତ
ହେଲ ମିଥ୍ୟା ଆରୋପରେ l4l
ହେ ମହାନ ପୁରୁଷ କ୍ରୁଶବିଦ୍ଧ ରକ୍ତାକ୍ତ ଶରୀରେ
କରିଥିଲ ଈଶ୍ୱରଙ୍କୁ ଜଣାଣ
ସେହି ଅଜ୍ଞାନୀ ଅମଣିଷଙ୍କୁ କ୍ଷମା କରି ଦେବା
ପାଇଁ କରିଥିଲ ନିବେଦନ l5l
ଆଲୋକିତ ହେଲା ଏ ଧରିତ୍ରୀ ତୁମରି ଆଙ୍କିତ
ପୂଣ୍ୟ ବାଣୀରେ
ତୁମର ଜନମ ଦିନକୁ ପୃଥିବୀବାସୀ ପାଳନ୍ତି
ବଡ ଦିନ ନାମରେ l6l
ଧର୍ମ ତ ଏକ ବିଶ୍ୱାସର କଥା ସମ୍ବିଧାନରେ
ପାଇଛୁ ମୌଳିକ ଅଧିକାର
ଆମେ ଭାରତ ବାସୀ ସଭିଏଁ ଭାଇ ଓ ଭଉଣୀ
ଏକତ୍ର ଏଇ ଭାରତର l7l
ଭିନ୍ନ ଧର୍ମ ଭିନ୍ନ ଜାତି ବିଭିନ୍ନତା ମଧ୍ୟରେ ଏକତା
ସଂସ୍କୃତି ଆମ ଦେଶର
ବିଭିନ୍ନ ଧରମର ଲୋକ ପାଳନ୍ତି ଥାଇ ତାଙ୍କ
ପରବର ବିଭିନ୍ନ ବିଚାର ।8।
ସବୁ ଧର୍ମ ଏଠି ପାଳନ ହୁଅଇ କାହାର ନଥାଇ
କିଛି ବାଛ ବିଚାର
କେବଳ ଗୋଟିଏ ସ୍ୱରରେ କହିବା ଆମେ
ସରବେ ଗୋଟିଏ ପରିବାର ।9।
ଯୀଶୁଙ୍କ ମହାମନ୍ତ୍ର ପ୍ରତି ହୃଦୟରେ ଜାଗୁ
ମାନବବାଦର ସୁରକ୍ଷା ପାଇଁ
ଯୋଡିବା ସଭିଙ୍କ ମନକୁ ଶାନ୍ତି ମୈତ୍ରୀ
ଭାଇଚାରାର ଭାବ ନେଇ l10l
ଏ ବଡ଼ ଦିନରେ ମହତ୍ ବାର୍ତ୍ତା ମନରେ ନେଇ
କରିବା ସଭିଙ୍କୁ ନିଜର
ଅନ୍ଧତ୍ୱକୁ ମତାନ୍ଧତାକୁ ଦୂର କରି ମଣିଷ କାହାକୁ
ନକରିବା ଆମେ ହତାଦାର l11l
ହେ ଭଉଣୀ ଭାଇ ଆଜି ଅଧର୍ମକୁ ଦୂର କରି
ଶାନ୍ତି ମୈତ୍ରୀ ସ୍ନେହ ପ୍ରେମର ବାଣୀ ବାଣ୍ଟିବା
ତେବେ ଯାଇ ସମ୍ବିଧାନର ଅଧୁରା ଥିବା ଅଖଣ୍ଡ
ଭାରତର ସ୍ୱପ୍ନ ହାସଲ କରି ପାରିବା l12l
