କହୁଛି କଥା
କହୁଛି କଥା
ପ୍ରଫୁଲ୍ଲ ଚିତ୍ତରେ ପ୍ରଭୁଙ୍କ ଭଜନେ
ପ୍ରଫୁଲ୍ଲ ଯେ ହସୁଥାଏ,
ଵିଶ୍ଵ ଈଶ୍ବରଙ୍କ ଗୀତାବାଣୀ ଶୁଣି
ଅର୍ଜୁନ ଭାଗବତ ଗାଏ।
ସୀମାଞ୍ଚଳ ଜଗିଥାଏ,ଆସି ପହଞ୍ଚି ଯାଏ
କୈଳାଶେ ଶ୍ରୀମଦ୍ ଭାଗବତ ଗୀତା
ଶୂନ୍ୟବାଣୀ କରୁଥାଏ।
ମିନତି ଘେନ ହେ ରଞ୍ଜନଙ୍କ ପ୍ରଭୁ
ଅରୁଣ ପ୍ରଭାତ ସ୍ମରେ,
ସକାଳ ଜଣାଣ ଗୋଦାବରୀଶ ଙ୍କ
ଜଗବନ୍ଧୁଙ୍କ ଅନୁପ୍ରାସରେ,
ବିଦ୍ୟୁତପ୍ରଭା ଯେ ବିଜୁଳି ଚମକେ
ରାଜେଶ୍ଵରୀ ସୁର ଧରେ।
ବିନୋଦିନୀ ମନ ମାହାତ୍ମେ ବୁଝାଏ
ରଞ୍ଜନ ମୃତ୍ୟୁ ତୀର୍ଥରେ,
ସ୍ନିଗ୍ଧଶୀତଳ ବାରି ଛିଞ୍ଛେ ସ୍ନିଗ୍ଧା
ସରୋଜ ଛାନ୍ଦ ରାଗରେ,
ବିରଜା ବିରାଜେ ବୈଦ୍ୟ ଶବ୍ଦରେ
ଜୁମରଙ୍କ ହାଣ୍ଡି ଖଡିକା ଗଡ଼ଇ
ଦେଖହୋ ରାମୁଲୁ ଘରେ।
ବାବାଜୀ ଅର୍ଜୁନ ଯେ ସତ୍ୟରଞ୍ଜନ
ତଥ୍ୟେ ଆମୋଦିତ ଘରେ,
କଳ୍ପନା, ଜାନକୀ ପୁଣି ପ୍ରିୟମ୍ବଦା
ନୈବେଦ୍ୟ ଯେ ଭକ୍ତିଭରେ,
ସଞ୍ଜୟ ବ୍ୟଙ୍ଗ ବାଣରେ
ରତିନାରାୟଣ ଭରତ ସମର
ସାଗର ହରି ସର୍ବେରେ।
ଦେବେନ୍ଦ୍ରଙ୍କ ଛୁଙ୍କ ଖାଇବାକୁ ବାଇ
ଶୁଭ୍ରାଂଶୁ ତପନ ରେଖା
ଦୀପେ ତେଲ ଢାଳି ପ୍ରଣତି ଯେ ପ୍ରତି
ମୂହୁର୍ତ୍ତେ ଜାଳୁଛି ଶିଖା,
ନନ୍ଦିନୀ ମଙ୍ଗଳେ ଦେଖା
ଶୁଭେଚ୍ଛା ଜଣାନ୍ତି ମଙ୍ଗଳ ଚିନ୍ତନ୍ତି
ବାବାଜୀ ପ୍ରଫୁଲ୍ଲ ହୋତା।
କହିବି ଅନେକ ପରିବାର କଥା
ବାକି ରହିଲା ସେ ଗାଥା ।
