STORYMIRROR

Sanjya Tripathy

Others

3  

Sanjya Tripathy

Others

ଖରିଆରରୋଡ଼ରେ ବର୍ଷା

ଖରିଆରରୋଡ଼ରେ ବର୍ଷା

1 min
218


ଦୀର୍ଘ ଦିନର ପ୍ରତୀକ୍ଷା ପରେ

ମୌସୁମୀର ଲୁଚକାଳି ଖେଳ ମଧod

ଅଣନିଃଶ୍ବାସୀ ମାଟି ଓ ମଣିଷଙ୍କ

ସମସ୍ତ ଉଙ୍କଠାର ଅଂତ ଘଟାଇ

ପରିଶେଷରେ ବର୍ଷା ଆସିଛି

ଖରିଆର ରୋଡୁରେ- ନୂଆପଡ଼ାରେ ।

ସଂଭାବ୍ୟ ମରୁଡ଼ିର ମୁକାବିଲା ପାଇଁ

ଯୁଦ୍ଧକାଳୀନ ଭିତ୍ତିରେ ପ୍ରାକ୍‌ ପ୍ରସ୍ତୁତି ଚଳାଇଥିବା

ପ୍ରଶାସନ ପାଇଁ ବର୍ଷା ଆସିଛି ଆଶ୍ଵସ୍ତିର ସଂଦେଶ ନେଇ

ବର୍ଷା ଆସିଛି ଧୀର, ସଂଭୀର ପଦପାତରେ

ମୌସୁମୀର ଶେଷସ୍ପର୍ଶରେ

ରୌଦ୍ରତପ୍ରେତ ଧରାପୃଷ୍ଠର ତଡ଼ିତ୍ ପୁଲକରେ

ଦିଗହରା ଚାଷୀଙ୍କ ନବଜୀବନରେ

ସଂତାପିତ ପ୍ରେମିକର ମୌସୁମୀମନସ୍କା ପ୍ରଲୁବ୍ଧ ପ୍ରିୟାର

ପଣତକାନିରେ

ସର୍ବତ୍ର ପରିବ୍ୟାପ୍ତ ଅଭୂତପୂର୍ବ ଉନ୍ମାଦନା ଓ

ଅଫରଂତ ପ୍ରାଣପ୍ରାଚୁର୍ଯ୍ୟର ସୁରଭିତ ମହଳରେ

ବର୍ଷା ପରିପୁଷ୍ଟ ନବଜୀବନୀରେ

ଅଭିଯାତ୍ରୀ ଅଭିମନ୍ୟୁଙ୍କ ଅଜଣାର ସଂଧାନରେ

ବର୍ଷା ଆସିଛି- ବିଶ୍ଵନିତ୍ୟକ ଅଭିନବ ଆଶୀର୍ବାଦରେ

ରିମଝିମ୍ ନୃତ୍ୟରତା ବନବିରଂଗୀ ଓ ମନମୟୁରୀକୁ

ଯୁଗପତ୍ର, ଚପଳ ହିଂଦପତନରେ

ଯୁବପ୍ରବୀଣ କବିକୁଳୀକ ବର୍ଷା କବିତାର ଶବ୍ଦରେ

ଅର୍ଥରେ-ଭାବରେ

ଯୁଗ ସାଧକଂକ ପ୍ରଶାନ୍ତ ପଦଧ୍ୱନିରେ

ପଥସ୍କୃତ ଶ୍ରମିକର ନିରଳସ ଆନଂଦାରେ

ପର୍ଯ୍ୟାୟପତିତ କଂକାଳର ନବକଳେବର

ସର୍ବୋପରି ଖରିଆରରୋଡ଼ରେ ବର୍ଷା ଆସିଲା

ଦୁର୍ବୋଧ୍ୟ ଏକ ଶ୍ରାବଣୀ କବିତାରେ ।



Rate this content
Log in