STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଖରା

ଖରା

1 min
163

ଘରୁ ବାହାରିବା ମନା ବୁଲିବା ମନା

ଆଉ ଭଲରେ ଖାଇବା ବି ମନା 

କାହିଁକି ଏମିତି କୁହ ଶୁଣେ?


ହସିଦେଲା ଧାରେ ଦାଆ ପରି 

ଯେମିତି ଦ୍ୱିତୀୟା ଚାନ୍ଦ

ଆଉ ବୁଣିଦେଲା କଅଁଳ ଜ୍ୟାତ୍ସ୍ନାରୁ ପୁଳାଏ

ଯେଉଁଠି ନେଶି ହୋଇ ଯାଏ ଦଶଦିଶ

ସୌନ୍ଦର୍ଯ୍ୟର ପସରା।


କହିଲା ଖରା ହେଉଛି ତ

ତଣ୍ଟି ଅଠା ହୋଇପାରେ 

ପାଣି ଟୋପାଏ ଦରକାର ହେବ

ଏଠି ପାଣି ଥିବ ନା ମଣିଷ

ସାହାଯ୍ୟର ହାତ ବଢେ଼ଇବାକୁ

ଏ ଡହଡ଼ହ ଖରାରେ...।


ହସିକି କହିଲି 

ତୁମେ ତ ଗୋଟାଟଣେ ନଈ

ଯେଉଁଠି ଗାଧୋଇଲେ ଅନନ୍ତ ଶାନ୍ତି

ପାଖରେ ଥିଲେ ଶୋଷ ହେବ ନା ଭୋକ?

ଖାଲି ତ ପିଇବାର ବେଳ ଗାଧୋଇବାର ବେଳ ନୁହେଁ?


ମୋ କଥାରୁ କ'ଣ ବୁଝିଲା କେଜାଣି

ଦୌଡି଼ ଚାଲି ଯିବାକୁ ଉଦ୍ୟତ

ମୁଁ ଭିଡି଼ ଧରିଲି ତାକୁ

ସେ ଛଟପଟ ହେଲା

ମୁଁ ଶୋଇକି ପିଇଲି ତା ତାଜା ଝରଣାରୁ ଚିମୁଟେ।


ସେ ନାହିଁ ନାହିଁ ଭିତରେ କୋଳେଇଲା

ତା ବିଶାଳ ବାହୁରେ

ଯେଉଁଠି ଝରି ପଡୁଥିଲା ଥପଥପ୍ 

ମହୁ ପରି ନିର୍ଝର

କଳକଳ ଛଳଛଳ।


ମୁଁ ଗାଧୋଇଲି ଆଉ ପିଇଲି 

ଶୋଷ କିନ୍ତୁ କ୍ଷଣେ ମରି ଜୀଇଁ ଯାଉଥିଲା

ଏ କର୍ମ ଖରା ଦେଖୁଥିଲା।


ଡହଡହ ଖରା ଶୁଖାଇ ଦେବାର ବେଳ

କିନ୍ତୁ ଏ 

ଭିନ୍ନ ଏକ ଝର ଭିନ୍ନ ଏକ ନାଳ

ଯିଏ ଜୀଅନ୍ତା ନଈ ସଦୃଶ।


ଖରା ହାର ମାନିବାକୁ ବାଧ୍ୟ

କାରଣ ଏ ନଈର ପାଣି 

ଅମର ଓ ଗଙ୍ଗାଠୁ ପବିତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍