ଖରା
ଖରା
ତୁମେ ଏତେ ଶୋଷିଲା କାହିଁକି?
ସବୁଥର ତ ଆସ ହସିହସି
ଆନନ୍ଦ ମନରେ,ନୁହେଁ ।
ଆଜି କିନ୍ତୁ
ଭରପୂର ମାରିବାରେ ମଗ୍ନ
କାହାକୁ ବି ଛାଡୁନ ସମ୍ମଖେ ପାଇଲେ
ଘରୁ ବାହାରିଲେ ହିଁ କବଳିତ।
ଏତେ ମାଡ଼ ଯେ
ତାଳରୁ ତଳିପା ଖାଲି
ଜଳି ଯାଉଛି ହୁ ହୁ
ପୋଡି଼ ଯାଉଛି ତନୁମନ।
ଖରା !
ତୁମେ ନିଶ୍ଚୟ ଦାତା
ସୁଆଦିଆ ଫଳକୁ ବାଣ୍ଟୁଛ
ମନ ଓ ଗହନକୁ ଚହଲାଅ
ଯେମିତି ସମୁଦ୍ରର ତରଙ୍ଗ
ପବନର ଗୀତ ନୀରବତା।
ତୁମ ଅବଦାନରେ ତ
ଦୀର୍ଘ ଭବିଷ୍ଯତ କାମନା
ଯିଏ ବର୍ଷାରେ ବି
ଭିଜିଭିଜି ଆହାର ଯୋଗାଏ
ତା ପାଇଁ ହିଁ
ଏ ଶୁଭ ଆସର।
ତୁମେ ଭଲ ଓ ମନ୍ଦର ସମ୍ମିଶ୍ରଣ
ବିଲକୁଲ ମନ୍ଦ କହିବି ତ
ପାପ ହିଁ ବୋହିବି।
ସୁତରାଂ
ହେ ଖରା !
ତୁମେ ଆସୁଥାଅ ଗହଳ ଲଗାଇ
ବରଯାତ୍ରୀର ଶୋଭାଯାତ୍ରା ପରି।
