Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Prasad Behera

Others

3  

Narendra Prasad Behera

Others

ଖୋଲିଦିଅ ସିଂହଦ୍ବାର

ଖୋଲିଦିଅ ସିଂହଦ୍ବାର

1 min
278



ହିସାବ ରକ୍ଷକ   ହେ ବିଶ୍ୱଠାକୁର

    କାହିଁକି ହେଉଛ ପର

କେଉଁ ଦୋଷେ ଆଜି  ଏ ଓଡିଶାବାସୀ

    ଗଡାନ୍ତି ଆଖିରୁ ନିର ।୧।


ତୁମେ ପରା ସେହି   ଭାବବିନୋଦିଆ

     ସଭିଙ୍କ ବଡ଼ ଠାକୁର

ବିକଳେ ଡାକୁଛି   ଏ ସମାଜ ପାଇଁ

     ଦେଉନ କାହିଁ ଉତ୍ତର ।୨।


ବଡ଼ଦାଣ୍ଡେ ରହି    ଅଛ ମହାପ୍ରଭୁ

     ଆନନ୍ଦେ କରିଣ ଘର

ଭକ୍ତ ଆଜି ଖୋଜି  ପାଉନି ସାହାରା

     ଭାବୁଛି ତୁମକୁ ପର ।୩।


ଦୀର୍ଘମାସ ହେବ  ଘରେ ବସି ବସି

     ବୁଡିଲାଣି ରୋଜଗାର

ଦିନରାତି ମନେ  ବସି ଭାବୁଅଛି

     ଅଭାବରେ ପରିବାର ।୪।


କୁହ ହେ ଠାକୁର   କି ଦୋଷ ଆମ୍ଭର

      କେମିତି ଚଳିବ ଘର

ଆଜି କାହିଁ ତୁମେ   ହେଉଛ ପଥର

     କର୍ଣ୍ଣଡେରି ଶୁଣ ଗିର ।୫।


ନିକିତି ଧରିଛ   ପାପ ଓ ପୁଣ୍ୟର

    କରିବ ବୋଲି ବିଚାର

କରହେ ବିଚାର   ଜଗତ ଠାକୁର 

    ମହାମାରୀ ହେଉ ଦୂର ।୬।


ଫୁଟାଇଣ ହସ   ଓଡିଶାବାସୀଙ୍କ

    ମନରେ ହରଷ ଭର

ପାପ ପାଖେ ପୁଣ୍ୟ   ପଡିଅଛି ବନ୍ଧା

    ମୁକତିର ବାଟ କର ୭।


ପାଉ ନାହିଁ ଏଠି   ଏକାପାପୀ ଦଣ୍ଡ

    ପୂଣ୍ୟ ବି ଅଛି ସଙ୍ଗର

ହିସାବ ରକ୍ଷକ   ହେ ବିଶ୍ୱଠାକୁର

     ଦୁହିଁଙ୍କୁ ଅଲଗା କର ।୮।


ଖାତା ଖୋଲି ଦେଖ   ହେ ହିସାବକାରୀ

      କାହାର କେତେ ଯେ ଭାର

ଅକାରଣେ ଦଣ୍ଡ    ଦିଅ ନାହିଁ ପ୍ରଭୁ

     ଖୋଲିଦିଅ ସିଂହଦ୍ୱାର ।୯।


ନେତ୍ର ଖୋଲି ଦେଖ   ଭକ୍ତ ପରିବାର

      କରନ୍ତି କେତେ ଚିତ୍କାର

ଚାହିଁ ଦେଇ ଥରେ   ହସିଦିଅ ପ୍ରଭୁ

     ଦୁଃଖ ଯାଉ ଓଡ଼ିଶାର ।୧୦।


ଏତିକି ମିନତି    ଶୁଣ ବିଶ୍ୱପତି

    ସଂସାର ଅଟେ ତୁମ୍ଭର

ଚିରିଦେଇ ପ୍ରଭୁ   ହିସାବ ଖାତାକୁ

    ସଭିଙ୍କୁ ଉଦ୍ଧାର କର ।୧୧।


ରାଜ୍ୟ ମୋ ଓଡିଶା   ଭାଷା ମୋ ଓଡିଆ

     ଜିଲ୍ଲା ମୋର ବାଲେଶ୍ୱର

ରାଜ୍ୟବାସୀ ପାଇଁ   ଏତିକି ପ୍ରାର୍ଥନା

    ଭାବନି ମୁଁ ମୁସାଫିର ।୧୨।




Rate this content
Log in