STORYMIRROR

Hasyamayee Raj

Others

3  

Hasyamayee Raj

Others

ଖୋଲେ ମୁକ୍ତିର ଦ୍ଵାର

ଖୋଲେ ମୁକ୍ତିର ଦ୍ଵାର

1 min
460


ହୃଦୟ ମନ୍ଦିରେ ଲଗାଉଛି ଭୋଗ

  ଯାଇ ତ ପାରୁନି ପାଶେ

ମନର ଭକ୍ତିରେ ଅରଘ ବାଢୁଛି

  ଶୂନ୍ୟ ରୁ ପୂଣ୍ଯ ଆଶେ ।


ତୃତୀୟ ନୟନେ ଦେଖେ ସଦାବେଳେ

   ତୁମ ରତ୍ନ ସିଂହାସନ

ମୁରୁକି ମୁରୁକି ଚାହିଁ କି ହସୁଚ

   ଦେଖି ଭକ୍ତ ପରିଜନ ।


ପୂଣ୍ୟ ବଡଦାଣ୍ଡ ହୃଦ ମନ୍ଦିରରେ

  ସଦା ଅଟେ କୋଳାହଳ

ମନର ନୀରବ ସିଂହଦ୍ୱାରେ ମୁହିଁ

  ଦେଖୁଥାଏ ଜଳ ଜଳ ।


ବାଇଶି ପାହାଚେ କେତେ ପାଦ ଥାପେ

   ତାକୁ ଦେଖେ ଏ ନୟନ

ସବୁକୁ ଗୋଟେଇ କରିଛି ନିଜର

  ରଖି ପ୍ରୀତିବୋଳା ଚିହ୍ନ ।


ଦୂରରୁ ଦେଖୁଛି ପାଖରୁ ଶୁଣୁଛି

  ତୁମ ସଂଗୀତ ଝଙ୍କାର

ସେଇ ସୁର ପୁଣି ଭରିଦିଏ ଶାନ୍ତି

  ଖୋଲେ ମୁକ୍ତିର ଦ୍ଵାର ।



Rate this content
Log in