ଖୋଲା ବେଣୀ ନୁହେଁଁ ଖୋଷା ମାନିବ
ଖୋଲା ବେଣୀ ନୁହେଁଁ ଖୋଷା ମାନିବ
ସଧବା ମଥାର ସିନ୍ଦୁର ଟୋପାଟି
ଜୀବନର ମିଠା ବାସ
ସେହି ସିନ୍ଦୁରରେ ଲୁଚାଇ ରଖେସେ
ପତି ଦେବଙ୍କ ଆୟୁଷ
ତା' ଦୁଇ ହାତର ରୁଣୁ ଝୁଣୁ ଚୁଡି
ସତର୍କର ଘଣ୍ଟି ହୋଇ
ସ୍ୱାମୀଙ୍କୁ ବିପଦ ପଡିବା ପୂର୍ବରୁ
ଆଗୁଆ ଦିଏ ସୂଚାଇ
ପତି ଲାଗି ପିନ୍ଧେ ପତିବ୍ରତା ହୋଇ
ମଙ୍ଗଳ ସୂତ୍ରଟେ ଛୋଟ
ସେ ମଙ୍ଗଳ ସୂତ୍ର ଶୁଭର ସନ୍ତକ
ଓଡିଆଣୀ ଚିତ୍ରପଟ୍ଟ
ତା ମଥା ଓଢଣା ଆବେଗ ଅଗଣା
ଲୁଚାଏ ସିନା ବଦନ
ସେ ଓଢଣା ଫାଙ୍କେ ଲୁଚାଇ ରଖେସେ
ଶାଶୁଘର ସ୍ୱାଭିମାନ
ଏତେ ସବୁ ଜାଣି କାହିଁକି ଉଜାଣି
ଭୁଲିଯାଉ ନିଜ ସ୍ଥିତି
ନିନ୍ଦାର ନୁପୁର ପାଦରେ ବାନ୍ଧି ତୁ
କରୁ ପରକୀୟା ପ୍ରୀତି
ନାହିଁ ହାତେ ଚୁଡି ସଂସାର ଉଜାଡି
ଲାଗୁ ଅଭିଆଡି ଝିଅ
ଝିଅ ନୁହେଁ ତହିୁ ଝରା ବଉଳ ଲୋ
ଅତଡା ନଈର ସୁଅ
ସଜ ହେଉ ନିତି ଯେଉଁ ଆଇନାରେ
ତାକୁ ପଚାରେ କହିବ
ଖୋଲା ବେଣୀ ନୁହେଁ ତୋତେ ଖିଆଲି ଲୋ
ଖୋଷାଟେ ଭାରି ମାନିବ
ଦାଶରଥି ସାହୁ
କଳମ୍ବ /ଗଜାଂମ