STORYMIRROR

Kalyani Nanda

Others

3  

Kalyani Nanda

Others

ଖୋଜୁଛି ତୋତେ

ଖୋଜୁଛି ତୋତେ

1 min
205


ଖୋଜୁଛି ସେ ପିଲା ଦିନ, ମନେ ମନେ କେତେ,

ପଛକୁ ଚାହେଁ ମୁଁ ଯେତେ, ପାରେନା ଦେଖି ତୋତେ,

ପାଏନା ଖୋଜି ମୁଁ ତାକୁ , ମନ ମୋ ବୁଝେନା ବାରେ,

ଖାଲି ଖୋଜି ଖୋଜି ତାକୁ , ମୁଁ ଯାହା ବାଟବଣା ହୁଏ ।


ସେଇ ସେ ବର ଓହଳରେ ଝୁଲୁଥିବା ପିଲାଦିନ,

ନଦୀ ଘାଟେ ଗାଧୋଉ ଥିବା ଅମାନିଆ ପିଲାଦିନ,

ସବୁ ମନେଅଛି, ସ୍ମୃତି ଫରୁଆରେ ସାଇତା ସେଇଦିନ,

ମାଁ କାନିରେ ବନ୍ଧା ଏବେ ବି, ଭୁଲିନି ମୋ ପିଲା ଦିନ।


ବରଷା ରେ ଭିଜି ଭିଜି ହସୁଥିବା ନୀରିହ ପିଲାଦିନ,

କାଗଜ ଡଙ୍ଗାରେ ଦୋହଲି ଦୋହଲି ଭାସୁଥିବା ଅବୁଝା ମନ,

ମାଁ କୋଳେ ଗପ ଶୁଣି ଶୁଣି ,ଶୋଇ ପଡୁଥିବା ସେ ପିଲା ଦିନ,

ସବୁ କିଛି ହାତରେ ପାଇଥବା ଖୁସିରେ , ମୁଠାଇ ଧରିବାର ସ୍ବପ୍ନ,

ପାରିନି ଧରି ମୁଁ ମୁଠେଇ ,ଯାଇଛି ଖସି ସେ ଦିନ ,ବାଲିରେଣୁ ସମ ।


କେହି କି ପାରିବ ଆଣି, ମୋର ସେ ଅବୋଧ ପିଲାଦିନ ?

ଜାବୁଡି ଧରି ବୁକେ ମୋ ,ବଂଚିବି ମୁଁ ତା ସାଥେ କିଛି କ୍ଷଣ ,

ଜୀବନ ପଥେ ଦୌଡି ଦୌଡି କ୍ଲାନ୍ତ ଆଜି ମୋର ତନୁ ମନ,

ତା ସାଥେ ବଂଚି ତ ପାରିବି ମୁଁ ,କ୍ଷଣିକ ହସ ଖୁସି ର ଜୀବନ।

ଚାହିଁ ଥରେ ଦେଖ ,ରେ ଶୈଶବ,

ଖୋଜୁଛି ତୋତେ ମୁଁ , ପ୍ରତି କ୍ଷଣ,

ହେଲେ ଖୋଜି ମୁଁ ପାଏନା ,ଖୋଜି ମୁଁ ପାଏନା,

ମୋର ସେ ପିଲାଦିନ....ମୋର ସେ ପିଲାଦିନ । ।


କଲ୍ଯାଣୀ ନନ୍ଦ,

କଲ୍ଯାଣନଗର, ବୁଢାରଜା, ସମ୍ବଲପୁର, ଓଡିଶା । ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍