STORYMIRROR

Santosh Mishra

Others

3  

Santosh Mishra

Others

କହିଲି, ହେ ଈଶ୍ୱର !

କହିଲି, ହେ ଈଶ୍ୱର !

1 min
125

ଅସହ୍ୟ ଭୋକ

ମୋତେ କହିଲା

ମୁଁ ଗରିବ

ତେଣୁ

ସେ କୂଳରେ

ଜନ୍ମ ନେଇ

ଜୀବନ ପ୍ରେମକୁ

ସମ୍ପର୍କ ଓ ବନ୍ଧୁତ୍ୱରେ

ବାନ୍ଧିଥିଲି,

ପଞ୍ଚକର ଶୀତ ସକାଲରେ

ମୋ ବାପାଙ୍କୁ

ପ୍ରଥମ ପ୍ରଣାମ ଜଣାଇ

ଅଚିହ୍ନା ମଣିଷକୁ

ଅତିଥି କହି

ଘରକୁ ଡାକି ଆଣିଲି ।


ଭୋକର ଦାଉ

ସହି ନ ପାରି

ଆମ ଐତିହ୍ୟ ସ୍ଥଳିରେ

ଭିକ୍ଷୁକ ସାଜିଲି,

ଗରୀବ ବୋଲି

ଶିଶୁ ବେଳରୁ 

ସଙ୍ଘର୍ଷ କରି

ପ୍ରେମିକା ଠାରୁ ଦୂରେଇ

ସ୍ତ୍ରୀକୁ ନିଜର କହିଲି ।


ତୁଳସୀ ଗଛର

ଆତ୍ମ କଥା

ବଖାଣିଲି,

କଲମ ଓ ବହିକୁ

ସାଥି କରି

ବିଦ୍ୟାର 

ପ୍ରକୃତ ବନ୍ଧୁଟିଏ

ସାଜିଲି ।


ଦି'ଛକରେ ଜୀବନର 

ଆତ୍ମ ସମୀକ୍ଷା ସହ

ଅନୁତପ କରି

ଦି ବୁନ୍ଦା ଲୁହ

ବୋହେ ଝର ଝର,

ମାଆଙ୍କ ବିନ୍ଦୁଏ ସିନ୍ଦୁର

ମଥାରେ ଲଗାଇ

ନାରୀକୁ ସମ୍ମାନ ଜଣାଇ

ପ୍ରତାରଣା ଠାରୁ ଦୂରେଇ

ମୃତ୍ୟୁକୁ ଆଲିଙ୍ଗନ କରି

ଖିଏ ହସ ଫୁଟେଇ

କହିଲି, ହେ ଈଶ୍ୱର !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍