Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Others

5.0  

Ashis Kumar Swain

Others

ଖିଏ ହସ

ଖିଏ ହସ

1 min
377


ବ୍ୟସ୍ତମୟ ଦୁଃଖମୟ ଜୀବନେ,

ଖିଏ ହସ ବୁଣେ ଲକ୍ଷେ ଫଗୁଣେ ।

ଦୁଃଖ ଯନ୍ତ୍ରଣାକୁ ଭୁଲିବା ପାଇଁ ,

ସେମିତିକା ହସ ହସିବା ଭାଇ ।

ଖିଏ ହସ ସେତ ଭାରି ସୁନ୍ଦର ,

ହୃଦୟ ଜିଣି ନିଏ ସଭିଙ୍କର ।

ହସିବା ପାଇଁ ନେଣ ଦେଣ ନାହିଁ,

ନହସିକି ଆମେ ରହିବା କାହିଁ ।

ହସି ଦେଲେ ମନ ହୁଏ ହାଲୁକା ,

ଅସୁବିଧା ହଟେ ତୁଳା ପରିକା ।

ଖୁସିର ଜୀବନ ନିତି ଜୀଇଁବା ,

ଖିଏ ହସ ଆମେ ମୁହେଁ ରଖିବା ।


Rate this content
Log in