କହିବାକୁ ଥିଲା ଅନେକ କଥା
କହିବାକୁ ଥିଲା ଅନେକ କଥା
କିଛି ପ୍ରଣୟର କିଛି ଅନ୍ତରଙ୍ଗର,
କିଛି ପ୍ରତାରଣାର କିଛି ବିଶ୍ୱାସର,
କିଛି ସଂଯୋଗର କିଛି କଳ୍ପନାର,
ମୁଁ ତ ପ୍ରସ୍ତୁତ କହିବାକୁ,
ଅନେକ କିଛି ଅକୁହା କଥାକୁ।
କିନ୍ତୁ ପ୍ରଶ୍ନ ଗୋଟିଏ?
ଏତେ ଧର୍ଯ୍ୟ କାହା ପାଖରେ ଯେ,
ପୁଣି ଏତେ ଆତ୍ମୀୟତାର ସହ ଶୁଣିଵବା କିଏ,
ଏମିତି ସକାଳଟା ଗଡି ମଧ୍ୟାହ୍ନ ହୋଇଯାଏ,
କ୍ରମଶଃ ପୁଣି ସନ୍ଧ୍ୟା ପରେ ରାତି ଆସେ ଗୋଡା ଗୋଡି ହୋଇ,
ଯେତେ ସବୁ ସାଇତା କଥା ଗୁଡାକ,
ଧୀରେ ଧୀରେ ଜମାଟ ବାନ୍ଧିଲାଣି ବରଫ ପରି,
କେଉଁ ଅଜଣା ନଈ ପିଠେ,
କେହି ନ ଆସ ଶୁଣିବାକୁ ମୋତେ,
ହେଲେ ଆମ ଗାଁ ନଈ ପଠାର କାଶତଣ୍ଡି, ବରଗଛ,
ଆଉ ଗାଁ ମଶାଣି ସର୍ବଦା ପ୍ରସ୍ତୁତ ଶୁଣିବାକୁ ମୋ କଥା,
ଆଉ କଣ ତୁମ ଅପେକ୍ଷାରେ ....
ଏମିତି ନିତି ନିତି ମୋ ଚାହା କପ ଥଣ୍ଡା ହେଉଥିବ,
ମୋ ଅକୁହା କଥାତକ କାହାକୁ ଶୁଣାଇବାର ଅଭିଳାସରେ।
