ଖେଳ ହେବ
ଖେଳ ହେବ
ସତ୍ତାର ପାଇଁଟି ଅଭିନୟ ହୁଏ
ବଙ୍ଗଳା ରାଜ୍ୟରେ ଏବେ,
ମମତା ବାନାର୍ଜୀ ନାଟକ କରନ୍ତି
ଖେଳ ହେବ ଜିତା ହେବ ।୧।
ଅଭିନୟ କରେ ଚକ ଚେୟାର ରେ
ଗୋଡ ଭାଙ୍ଗି ଗଲା ବୋଲି,
ଜନତାଙ୍କୁ ନିଜ ପକ୍ଷର ନିମନ୍ତେ
ସତ୍ତା ପାଇବ ବୋଲି।୨।
ବିଜେପି ଦଳଭି ରାବ ଦେଉଅଛି
ଖେଲା ହବେ ଖେଲା ହବେ,
ସୁନାର ବଙ୍ଗଳା କରିବେଟି ମୋଦି
ହୁଙ୍କାର ଭରନ୍ତି ଏବେ।୩।
ନିସ୍ବାର୍ଥ ସେବାର ପବନ ବହୁଛି
ଆତ୍ମନିର୍ଭର ଏ ଦେଶ,
ମୋଦିଙ୍କ ମହିମା ବିଶ୍ବରେ ଗୁଞ୍ଜୁଛି
ଗୌରବ ପାଉଛି ଦେଶ।୪।
ଅଭିନୟ ସ୍ଥାନ ନାହିଁଟି ଦେଶରେ
ଜନକଲ୍ୟାଣର ସ୍ଥାନ,
ରାମ ରାଜ୍ୟ ପରି ଦେଶ ପାଳୁଛନ୍ତି
ମୋଦିହିଁ ଦେଶେ ମହାନ।୫।
ଜୀବନରେ ମୁହିଁ ଦେଖି ନାହିଁ ବାରେ
ମୋଦି ପରି ନେତା ଭବେ,
ସବୁ କ୍ଷେତ୍ରେ ଦେଶ ଉନ୍ନତି କରୁଛି
ଗୁଞ୍ଜୁ ଅଛି ନାମ ଭବେ।୬।
ସତ୍ୟପଥେ ରହି ଦେଶ ପାଳୁଛନ୍ତି
ବିଜୟୀ ହୋଇବେ ନିଶ୍ଚେ,
ନିସ୍ବାର୍ଥୀ ହୋଇ ସେ ଜନ ସେବୁ ଛନ୍ତି
ସଫଳ ହୋଇବେ ନିଶ୍ଚେ।୭।
