STORYMIRROR

rasmi maye pati

Others

3  

rasmi maye pati

Others

ଖାଲି ନାମ ହିଁ ଯଥେଷ୍ଟ

ଖାଲି ନାମ ହିଁ ଯଥେଷ୍ଟ

1 min
22

ଖାଲି ନାମ ହିଁ ଯଥେଷ୍ଟ 

ଯେ ନାମ ଧରିଲେ ପଙ୍ଗୁ ଲଙ୍ଘେ ଗିରି

ଯେ ନାମ ସ୍ମରିଲେ ପାପୀ ଯାଏ ତରି

ଖାଲି ଉଚ୍ଚାରଣ ନାମଟି ଯଥେଷ୍ଟ

ଯାର ମାହାତ୍ମ୍ୟରେ କପି ହେଲା ଶ୍ରେଷ୍ଠ

ଦସ୍ୟୁ ଦିନେ ରଚି ଦେଲା ଇତିହାସ

ସ୍ଵର୍ଣ୍ଣ ଅକ୍ଷରରେ ହେଲା ଲିପିବଦ୍ଧ

ସିଏ ହିଁ ବିବାଦ ସିଏ ହିଁ ପ୍ରଚେଷ୍ଟା

ସିଏ ବି ସିଦ୍ଧାନ୍ତ ପୁଣି ସଫଳତା

କେତେ ବିବାଦରେ ଦିନଟି ଆଜିର

ସେ ହିଁ ଫଳ ଦା ତା ଆମେ ସବୁ ଛାର

ସିଏ ହିଁ ଇଙ୍ଗିତ ଏତେ ବିପ୍ଳବର

ସ୍ମରଣୀୟ ହେଲା ଦିନଟି ଆଜିର

ସୃଷ୍ଟି ଆରମ୍ଭରୁ ସେହି ଏକା ସତ୍ୟ

ଶ୍ୟାମଳ ତନୁରେ ହାତରେ କୋଦଣ୍ଡ

ଶେଷ ନାଗ ସହ ପ୍ରଭୂ ଲୀଳାମୟ

ସାରା ବିଶ୍ୱ ପାଇଁ ସେ ହିଁ ବନ୍ଦନୀୟ

ସେ ହିଁ ଭାବର ସୁଅ ଲେଖନୀକୁ

ଝରି ଗଲେ ଋଷି ବାଲ୍ମିକୀ ପାଖକୁ

ମର୍ଯ୍ୟାଦା ପୁରୁଷ ପ୍ରଭୂ ରଘୁବୀର

ଏ ଘୋର ବିପଦେ ଜଗତ ଉଦ୍ଧାର

ଅବର୍ଣ୍ଣନୀୟ ସେ ନାମର ମାହାତ୍ମ୍ୟ

ନାମ ଉଚ୍ଚାରଣ ସେତିକି ଯଥେଷ୍ଟ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍