STORYMIRROR

Bhagirathi Mohanty

Others

3  

Bhagirathi Mohanty

Others

କେଉଁ ନାମ ଧରି ଡକିବି

କେଉଁ ନାମ ଧରି ଡକିବି

1 min
15


କେଉଁ ନାମ ଧରି ଡାକିବି ବୋଲିକି,

ପଚାରୁଛି ମୁଁ ତୁମକୁ,

ତୁମେ କହୁଛକି ମୁଁ ନାମ ହୀନ

କଛି ନାହିଁ ଡାକି ବାକୁ।

କେଉଁଠାରେ ତୁମେ ରୁହ ପଚାରୁଛି,

କୁହ ତୁମର ଠିକଣା,

ତୁମେ କହୁଛ କି ନିଜେ ମୁଁ ଜାଣେନା

ହୋଇ ଯିବୁ ବାଟବଣା।

କ'ଣ ଖାଅ ତୁମେ କଣ ପିଅ ତୁମେ,

କହିବକି ମୋତେ ଟିକେ'

ତୁମେ କହୁଛକି ଖାଏନା ପିଏନା

ଉଛନ୍ନ କିଆଁ ତୁଏତେ।

କିଏ ତୁମେ ବୋଲି ପଚାରେ ତୁମକୁ,

ପରିଚୟ ଦେବ କହି,

ତୁମେ କହୁଛକି ପରିଚୟ ହୀନ,

ଖୋଜିଲେ ପାଇବୁଣାହିଁ।

ତୁମେ ଛଳହୀନ ଛନ୍ଦହୀନୁମେ,

କହିଁକି ପୁଣି ଏ ମାୟା,

ବଂଚାଇଛ କିଆଁ ହନ୍ତ ସନ୍ତ କରି

ଛଟ ପଟ କରି କାୟା।

କାହର ତୁମେ ହେ ପଚାରେ.ତୁମକୁ

ଖୋଲି.କହିଦିଅମୋତେ,

ତୁମେ କହୁଛକି କାହାର ନୁହେଁ ମୁଁ,

ଜଞ୍ଜାଳେ ପଡନା ଏତେ।

କିପରି ରହୁଛ କେମିତି ରହୁଛ

କହିବକି ମୋତେ ବେଗେ,

ତୁମେ କହୁଛକି ମୋ କପାଳ ମନ୍ଦ,

କହିବି ଦୁଃଖ କା'ଆଗେ।

ତୁମକୁ ପଚାରେ ପ୍ରାଣୀର ଆରତ

ଜାଣି ହେ କାଇଁ ଅଜଣା,

ତୁମେ କହୁଛକି ମୋର ଦୁଃଖ ଯେତେ

କା ଆଗେ କରିବି ଜଣା।

ବୁଝି ପାରୁନି ମୁଁ ତୁମର ଉତ୍ତର

ସରଳ କରି ହେ କୁହ,

ତୁମେ କହୁଛକି ତୁହି ତ ଜଟିଳ,

ଅଲଣା ତୋହର ଲୁହ।

ତୁମେ କୁହ ପୁଣି ତୁ ବି ଯେମିତି

ମୁଁବିସେମିତି ଅଛି,

ତୁ ଭଲ ଥିଲେ ମୁଁ ଭଲ ଅଛି

ଫରକ ନାହିଁ ଯେ କିଛି।


Rate this content
Log in