କେତେ ଯତନରେ
କେତେ ଯତନରେ
1 min
276
କେତେ ଯତନରେ ଖଞ୍ଜିଦେଲ ଅପା
ତୁମେ ଶବ୍ଦର ବିନ୍ଧାଣି
ହୃଦୟ ତୁମର କେତେ ଗଭୀରତା
ପାରିବିକି ତାହା ଜାଣି ।
କିଛି ହରାଇଛେ କିଛି ବି ପାଇଛେ
ହିସାବ ରଖିନେ ତାର
ମେଲାଣି ନେବାକୁ ମାଗୁଛି ବିଦାୟ
କାଲିଠାରୁ ହେବ ପର ।
ସମୟ ବେଦିରେ ପୁଣ୍ୟର ଆହୁତି
ଓଁକାର ର ତାଳେ ତାଳେ
ନାଚିନାଚି ଆସେ ନୁଆ ବରଷ ଟି
ପ୍ରେମ ର ଦିହୁଡି ଜାଳେ ।
ଜୟ୍ ଜଗନ୍ନାଥ ଜଗତରନାଥ
ଜଗତ ମଙ୍ଗଳ ପାଇଁ
ଚକ୍ର ଉହାଡ଼ରେ କାଟିବ ତ୍ରିତାପ
ଆଉ କିଛି ଲୋଡ଼ା ନାହିଁ ।
ଗୀତା ଅପା ଆଉ ଚୈତନ ଭାଇଙ୍କୁ
ଏଇଠୁ କରେ ଜୁହାର
ନୁଆ ବରଷ ଟି ହେଉ ଶୁଭଙ୍କର
ଏତିକି ପ୍ରାର୍ଥନା ମୋର ।
