STORYMIRROR

Sarojini Behera tiki

Others

3  

Sarojini Behera tiki

Others

କେତେ ଲୁହ ଦେବୁ

କେତେ ଲୁହ ଦେବୁ

1 min
391


କେତେ ଲୁହ ଦେବୁ ଆଖିରେ ମୋର ଲୋ

କହି ଯାଆ ମତେ ପ୍ରିୟା

ଲୁହ ଝରି ଝରି ଝରଣା ହେଲାଣି

ତୋ ମନ ବୁଝୁନି କିଆଁ।

ପ୍ରତି ମୁହୂର୍ତ୍ତରେ ଏମିତି ଜାଳୁଛୁ

ସତେ ତୁ କି ଅଗ୍ନି ବାଣ

ଜଳି ଜଳି ମୁହିଁ ପାଉଁଶ ହେଲିଣି

କଟା ଘା ରେ ଦେଉ ଲୁଣ।

ତୋ ପରି ପ୍ରିୟା ମୁଁ ଜଗତେ ଦେଖିନି

ମନ ଭାଙ୍ଗି କଲୁ ଚୁନା

ଯେତେ ଗୋଟେଇଲେ ପାଉନାହିଁ ଖୋଜି

ଲାଗେ ମତେ,

ସବୁ ଖଣ୍ଡ ଯେ ଅଚିହ୍ନା।

ନିଜ ଖୁସି ପାଇଁ ମତେ କନ୍ଦାଉଛୁ

ଭରି ଦେଇ ବିଷ ପ୍ରେମେ

ପ୍ରେମର ପାଠ ତୁ ଯେମିତି ପଢିଛୁ

ତାହା କି,

ଗଣା ହୁଏ ପ୍ରେମ ନାମେ।

ରାଗ ରୁଷା ମନ ଅଭିମାନ ସାଥେ

ବନ୍ଧା ଥାଏ ପ୍ରେମ ଧାଗା

ଇର୍ଷା ଲୋଭ କ୍ରୋଧ କାମନା ସାଥିରେ

ପ୍ରେମୀ ହୁଅନ୍ତି ଅଲଗା।

ଦୁଇମନ ଯଦି ହୋଇଥିବ ଏକ

ବହିବନି ଧୋକା ଝଡ଼

ଯେତେ ଆସୁ ବାଧା ବିଘ୍ନର ବଳୟ

ହେବେନାହିଁ ଦୁହେଁ ଛାଡ଼।

ହେଲେ ତୁମେ ପ୍ରିୟା ଦୁରେ ଯିବା ପାଇଁ

ନିତି କରୁଥିଲ ଛଳ

ନିଶ୍ଚିତ ଦିନେ ମୁଁ ମନେ ପଡିଯିବି

ଆସିବ ଏମିତି ବେଳ।

ନା ଥିବି ପାଖରେ ଶୁଣିବାକୁ ତୋର

ହୃଦୟର କିଛି କଥା

ଝୁରି ଝୁରି ମତେ ଏମିତି ଖୋଜିବୁ

ପାଉଥିବୁ ଖାଲି ବ୍ୟଥା।


Rate this content
Log in