କେନ୍ଦୁଝର ଜିଲ୍ଲା ଆସିଛି ବୁଲି
କେନ୍ଦୁଝର ଜିଲ୍ଲା ଆସିଛି ବୁଲି


କେନ୍ଦୁଝର ନୁହେଁ ଖାଲି ସାରା ଜଗତର ସିଏ
ଜୀବନ୍ତ ଠାକୁରାଣୀ,
ଘଟଗାଁ ରାଣୀ ପୁଣି ନଡ଼ିଆ ରାଣୀ
ମୋ ମାଆ ତାରିଣୀ।(୧)
କେନ୍ଦୁଝର ପରା କେଉଁଝର ନାମେ
ସବୁଠାରେ ପରିଚିତ,
ଛଅଟି ବିଧାନସଭା ଆସନ ଓଡ଼ିଶାର
ପ୍ରଶାସନିକ ଜିଲ୍ଲା ତ।(୨)
ପୂର୍ବେ ମୟୂରଭଞ୍ଜ ଭଦ୍ରକ ପଶ୍ଚିମେ
ଢେଙ୍କାନାଳ ସୁନ୍ଦରଗଡ,
ଉତ୍ତରେ ଝାଡ଼ଖଣ୍ଡ ଆଉ ସିଂହଭୂମି
ଦକ୍ଷିଣେ ଯାଜପୁର ଜାଣ।(୩)
ଜୁଆଙ୍ଗ ଭୂୟାଁ ସଂପ୍ରଦାୟ ଲୋକ
କେନ୍ଦୁଝର ଅଧିବାସୀ,
ସ୍ଵାଧୀନତା ପରେ ଆମ କେନ୍ଦୁଝର
ସ୍ଵତନ୍ତ୍ର ଜିଲ୍ଲା ହୋଇଛି।(୪)
କେନ୍ଦୁଝର ଏକ ଗଡ଼ଜାତ ଜିଲ୍ଲା
ଖିଜିଙ୍ଗା ରାଜ୍ୟର ଅଂଶ,(ଅନୁମେୟ)
୧୨ଶ ଶତାବ୍ଦୀ ମଧ୍ୟଭାଗେ ପରା
ରାଜା ହେଲେ ଜ୍ୟୋତି ଭଞ୍ଜ।(୫)
ଜଗନ୍ନାଥ ରଘୁନାଥ ଗୋପିନାଥ
ନରସିଂହ ଧନେଶ୍ୱର ଜଗତେଶ୍ଵର,
ପ୍ରତାପ ଜନାର୍ଦ୍ଦନ ଗଦାଧର
ଧନୁର୍ଯ୍ୟୟ ଗୋପିନାଥ ବଳଭଦ୍ର ବୀର।(୬)
୧୬୮୮ରୁ ୧୯୪୮ ଯାଏଁ
କେନ୍ଦୁଝରେ ଭଞ୍ଜ ରାଜା,
ସ୍ଵାଧୀନତା ପ୍ରଜାମେଳି ଧରଣୀଧର
ଏ ସମୟେ ହୋଇଥିଲା।(୭)
ବାଥୁଡି ଭୂୟାଁ ହୋ ସାନ୍ତାଳ ଜୁଆଙ୍ଗ
ଆଦି ୧୬ ସଂପ୍ରଦାୟ,
କୃଷି ଆଉ ଖଣିରେ କାମ କରି
କରନ୍ତି ଜୀବିକା ନିର୍ବାହ।(୮)
ସାନଘାଗରା ବଡ଼ ଘାଗରା
ଗୁଣ୍ଡିଚା ଘାଇ ଜଳପ୍ରପାତ,
ମାଆ ତାରିଣୀ ମୁଗା ମହାଦେବ
ମନ୍ଦିର ଯେ ସିଦ୍ଧମଠ।(୯)
ସିତାବିଞ୍ଜ ହଦଗଡ଼ କାନଝିରି
କୁଶଳେଶ୍ଵର ଗୋନାସିକା,
ପାଟଣା ଗଡ଼ର ପ୍ରଭୁ ଜଗନ୍ନାଥ
ଘାଟି ଯେ କାଞ୍ଜିପାଣି ତା।(୧୦)
୩ଟି ସବଡିଭିଜନ ୪ଟି ନଗରପାଳିକା
୧୩ ଟି ଯେ ତହସିଲ,
୧୩ ବ୍ଲକ ୨୮୬ ଗ୍ରାମପଞ୍ଚାୟତ
୨୧୩୨ ଗ୍ରାମ ।(୧୧)
ସିନ୍ଦୁର ରାଣୀ ମୋ ମାଆ ତାରିଣୀ
ତୋ ପାଦେ କୋଟି ଜୁହାର,
ତୋ ପଣତେ ଢାଙ୍କି ଜଗତବାସୀଙ୍କୁ
କରୋନାରୁ ମୁକ୍ତ କର।
ତୋ ପାଦେ କୋଟି ଜୁହାର।(୧୨ )