Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

କେବଳ ତୁମେ ହିଁ ତୁମେ

କେବଳ ତୁମେ ହିଁ ତୁମେ

1 min
170


ଶାନ୍ତିର କପୋତ ଧର୍ମର ସଙ୍କେତ

 ଦୂରେ ଅଦୂରରେ ତୁମେ,

ଯୁଦ୍ଧର ଦୁନ୍ଦୁଭି ମୃତ୍ୟୁ ପ୍ରତିଧ୍ୱନି

 ସବୁଠି ପ୍ରକାଶ ତୁମେ,

 ନାମ ମାତ୍ର ପ୍ରଭୁ ଆମେ

ଜନମ ବେଦୀରୁ ମଶାଣି ଜୁଇରେ

 କେବଳ ତୁମେ ହିଁ ତୁମେ।


କରି କରାଉଛି ହରି ହରାଉଛ

 ଷଢ଼ରିପୁ ଭରି ଦେଇ,

ଏ ଜୀବନ ବିତୁ ନିରାଶା ମନରେ

 ସୁଖ ସ୍ଵପ୍ନ ଟିକେ ଦେଇ,

 ସଂକଳ୍ପ କରେ ଶ୍ରୀପଦେ

ସର୍ବାଙ୍ଗ ଶରୀର କରୁଛି ମୁଁ ଦାନ

 ଲାଗିଯାଉ ଆନ କାମେ।

କେବଳ ତୁମେ ହିଁ ତୁମେ


ଭୋକିଲା ଶୋଷିଲା ଉଦରକୁ ଭରୁ

 ମୋର ଏହି ହସ୍ତ ବେନି,

ବଚନେ ଅମୃତ ଝରି ପଡିଥାଉ

  ଜିହ୍ଵା କହୁ ସତ୍ୟ ବାଣୀ,

  ଅସହାୟ ସେବା କରି

ମୋ ଦୁଇ ନୟନ ଅନ୍ଧ ପାଇଁ ଦାନ

 ଚିତ୍ତ ରହୁ ସତ କର୍ମେ।

କେବଳ ତୁମେ ହିଁ ତୁମେ

ଶାନ୍ତିର କପୋତ ଧର୍ମର ସଙ୍କେତ

 ଦୂରେ ଅଦୂରରେ ତୁମେ।



Rate this content
Log in