STORYMIRROR

Bijay Prusty

Others

4  

Bijay Prusty

Others

କେବଳ ଶବ୍ଦଟିଏ ଲୋଡା

କେବଳ ଶବ୍ଦଟିଏ ଲୋଡା

1 min
195


ମୋତେ ଗୋଟେ ଶବ୍ଦ ଦିଅ

ମୁଁ ସାଉଁଟି ଆଣିବି

ଦୁନିଆର ସବୁତକ ସ୍ୱର,

ମୋତେ ଗୋଟେ ଶବ୍ଦ ଦିଅ

ମୁଁ ଏଠି ଜୀଇଁଯିବି ସଂପୂର୍ଣ୍ଣ ଆୟୁଷ I

ଖାଲି ଗୋଟେ ଶବ୍ଦ ମୋର ଲୋଡା

ଦେଖିବ କେମିତି

ନିଆରା ପୃଥିବୀଟିଏ ତିଆରିଛି

ତା ଉପରେ ହୋଇଛି ମୁଁ ଛିଡା I

ମୋର ଖାଲି ଶବ୍ଦଟିଏ ଲୋଡା

ଗଢିବାକୁ ଶବ୍ଦର ପୃଥିବୀ,

ଶବ୍ଦଭରା ପୃଥିବୀରେ ମୋର

କିଛି ହେଲେ ନାହିଁ

ଚତୁର୍ଦ୍ଦିଗ ଶବ୍ଦମୟ

ଦିଶେ ଖାଲି ଶବ୍ଦଙ୍କର ଛାଇ I

କେ ଅଛ ଦରଦୀ ବନ୍ଧୁ

ମୋତେ ଏବେ ନିସର୍ତ୍ତରେ

ଶବ୍ଦଟିଏ ଦିଅ

ତା ପ୍ରତିବଦଳେ 

ମୋ ଶବ୍ଦର ପୃଥିବୀକୁ ନିଅ I

      


Rate this content
Log in