କେବେ ସେ ମା କେବେ ସେ ମାଟି
କେବେ ସେ ମା କେବେ ସେ ମାଟି
ମା ଓ ମାଟିର ଦୁଃଖକୁ
କିଏ ବୁଝିଛି ?
ସବୁ ସହିପାରେ ବୋଲି ତ
ସେ ଧରିତ୍ରୀ l
ନିଜର ବକ୍ଷ ଚିରି
ଏ ଜଗତ ହସେଇଛି
ପୁଲ ଫଳରେ ଭରିଛି
ପଲ୍ଲବୀତ ବୃକ୍ଷରାଜି
ପକ୍ଷୀର କାକଳୀ
ନଦୀ ଝରଣାର
କୁଳୁ କୁଳୁ ସ୍ୱର ଭିତରେ
ନିଜକୁ ହଜେଇଛି
ହେଲେ ନିଜପାଇଁ
କିଛି ଚାହିଁଛି l
ଏ ଜଗତ ପାଇଁ
ନିଜ କଥା ଭୂଲିଛି ସେ
ଆମ ହସରେ କେବେ
ହସ ମିଶେଇଛି
ଆମ ଲୁହରେ
ସେ ଅଧିକ ଭିଜିଛି
ଆମମାନଙ୍କ ଭିତରେ
ନିଜ ପରିଚୟ ଖୋଜିଛି
ସେଇ ତାର ସାର୍ଥକତା l
କେତେ ଝଡ ସେ ସହିଛି
ବନ୍ୟାର ବିଭିଷିକା ଭିତରେ
ଛଟପଟ ହେଇଛି
କେତେ ତୋଫାନ୍
ତା ତନୁକୁ ଖିନଭିନ୍ କରିଛି
କେତେ ବର୍ବର ହୃଦୟହୀନ
ବାହ୍ୟ ଶତ୍ରୁଙ୍କୁ ସେ ସାମ୍ନା କରିଛି
ତଥାପି ତା ସନ୍ତାନ ଉପରୁ
ସେ ଭରସା ହରେଇନି l
ପୁ୍ନଶ୍ଚ ନିଜକୁ ସଜାଡିଛି
ଆଖି ଲୁହରେ
ସେ ହସ ମିଶେଇଛି
କେବେ ସେ "ମା" ତ
କେବେ ସେ "ମାଟି"
ଆମ ମନ ଭରିବାର
ପଣ କରିଛି l
