କେବେ ଫେରିବ
କେବେ ଫେରିବ
1 min
856
କେବେ ଫେରିବ
ଯୋଉଠି ଛାଡିଥିଲ
ସେଇଠି ଅଟକିଛି
ନା ଆଗକୁ ଯାଇଛି
ନା ପଛକୁ ଫେରିଛି ।
ଜୀବନ ଦୋ ଛକିରେ
ହୃଦୟେ ବଢିଛି ଯନ୍ତ୍ରଣା
ବିଷ ବଳୟର ବସନ୍ତେ
ମୁଁ ଖାଲି ଅଣ ନିଶ୍ବାସୀ ।।
ଆମ୍ବ ବଉଳର ବାସ୍ନା
ବାରି ହେଉନାହିଁ ଜମା
ଶୁଣି ପାରୁନି ସେ
କୋଇଲିର କୁହୁ ଡାକ ।।
ଖାଲି ମନକୁ ବୁଝାଇ
ଚାତକ ସାଜି ଅପେକ୍ଷା କରିଛି
କେବେ ଫେରିବ ଆଉ
ବସନ୍ତ ମଳୟେ ମୋତେ ଆପଣେଇବ ।।
ଧିରେନ୍ ବାଗ୍
ଗୌଡରମା,କୁଳିଅଣା, ମୟୂରଭଞ୍ଜ
ମୋ-୯୬୯୨୧୮୮୦୮୧,୮୯୧୭୨୬୨୫୨୫
