STORYMIRROR

Dhiren Bag

Others

5.0  

Dhiren Bag

Others

କେବେ ଫେରିବ

କେବେ ଫେରିବ

1 min
858


କେବେ ଫେରିବ


ଯୋଉଠି ଛାଡିଥିଲ

ସେଇଠି ଅଟକିଛି

ନା ଆଗକୁ ଯାଇଛି

ନା ପଛକୁ ଫେରିଛି ।

ଜୀବନ ଦୋ ଛକିରେ

ହୃଦୟେ ବଢିଛି ଯନ୍ତ୍ରଣା

ବିଷ ବଳୟର ବସନ୍ତେ

ମୁଁ ଖାଲି ଅଣ ନିଶ୍ବାସୀ ।।

ଆମ୍ବ ବଉଳର ବାସ୍ନା

ବାରି ହେଉନାହିଁ ଜମା

ଶୁଣି ପାରୁନି ସେ

କୋଇଲିର କୁହୁ ଡାକ ।।

ଖାଲି ମନକୁ ବୁଝାଇ

ଚାତକ ସାଜି ଅପେକ୍ଷା କରିଛି

କେବେ ଫେରିବ ଆଉ

ବସନ୍ତ ମଳୟେ ମୋତେ ଆପଣେଇବ ।।


ଧିରେନ୍ ବାଗ୍

ଗୌଡରମା,କୁଳିଅଣା, ମୟୂରଭଞ୍ଜ

ମୋ-୯୬୯୨୧୮୮୦୮୧,୮୯୧୭୨୬୨୫୨୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍