କେବେ ଏହାର ସମାପ୍ତି
କେବେ ଏହାର ସମାପ୍ତି
ଝରକାର ସେପଟରେ ବର୍ଷା
ଟିପି ଟିପି ବର୍ଷାରେ ଝାପସା ଝାପସା ଚିତ୍ର ତୁମ ଘରର
ସବୁଜ ପତ୍ର ଭରା ବୃକ୍ଷରାଜି,
ସତେ ଏକେଉଁ ଅଜଣା ନିଶା
ମୋହଗ୍ରସ୍ତ ଜୀବନରେ ତୁମେ ଲାଗ ମୋର ଏକାନ୍ତ ନିଜର
ଦୋଳିତ ଚିନ୍ତା ଧୈର୍ଯ୍ୟ ଦିଏ ଭାଙ୍ଗି ।।
ଆଶା ମୋର ବୈତରଣୀ ନଦୀ
ସମୟ ନଦୀର ସ୍ରୋତ କଳକଳ ଛଳଛଳ ଜଳ ରାଶି
ପ୍ରବାହେ କିଆଁ ଊଠଇ ଉଜାଣି,
ତୁମ ଛନ୍ଦ ସମ୍ମୋହିତେ ଛନ୍ଦି
ବିଶ୍ୱାସର ବଳୟ ସ୍ରୋତେ କି ଏଇମାତ୍ର ଯାଉଅଛି ଭାସି
ମୁଉଁ କାହିଁକି କେଜାଣି ଜାଣେନି ।।
ଶ୍ରାବଣର ମେଘୁଆ ଆକାଶ
ଦିବସରେ ଦିବାକର ଲୁକ୍କାୟିତ କାଦମ୍ବିନୀ ଉହାଡରେ
ଝରକା ଏପଟେ ମୁଁ ଆନମନା,
ଚିନ୍ତାଗ୍ରସ୍ତେ ମୁଁ ହୁଏ ଅବଶ
ତୁମର ସେ ଭବ୍ୟ ପ୍ରେମମୟୀ ଅଫୁରନ୍ତ ସୁନ୍ଦର ଛବିରେ
ଜଳିଯାଏ ମୋ ଚିନ୍ତା ଓ ଭାବନା ।।
କେତେ ଆଉ ଜାଳିବ ଏମିତି
ଝରକା ସେପଟେ ବର୍ଷାଝରା ଶ୍ରାବଣୀର ଉନ୍ମତ୍ତ ତାଣ୍ଡବ
ମୁଁ ଗୋଟେ ନିଆଁ ଉହ୍ମେଇ ଭିତରେ,
ଅଣନିଃଶ୍ୱାସୀ ହୋଇ ଏମିତି
କେତେକାଳ ଆଉ ଶୀତଳ ନିଆଁର ଚିଆଁ କୁହ ଲାଗୁଥିବ
କେବେକୁ ହେବ ଏହାର ସମାପ୍ତି ।।