STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

କବିଟିଏ

କବିଟିଏ

1 min
199



ଶଶାଙ୍କ ଶେଖର ରାୟ


କେହି କେବେ ଥରେ ଭଲ ଭାବେ

ଚାହିଁଛ କି କବିକୁ

ଯନ୍ତ୍ରଣାର ଜଉଘରେ ଥାଇ

ସେ ହସୁଥାଏ ପ୍ରତି ମୂହୁର୍ତ୍ତରେ

କବିତାର ସୁନାମୃଗ ପଛେପଛେ

ଦର୍ଶନର ଜଙ୍ଗଲ ସାରା

ଦଉଡୁଥାଏ ଅହରହ

ଏକୁଟିଆ ନିରୋଳାରେ ।


ପାଉଁଶ ଅଳିଆ ଗଦାର ସ୍ତୁପରୁ

ଫୁଟାଇପାରେ ସ୍ଵପ୍ନର ପାରିଜାତ ଫୁଲ

ସେ ସ୍ଥିତପ୍ରଜ୍ଞ ସଦାକାଳ

ଜୀବନ ଜିଇଁବାର ଏକ ନିଆରା ଢଙ୍ଗେ

ପ୍ରାପ୍ତି ଠାରୁ ଅପ୍ରାପ୍ତି

ନେବାଠାରୁ ଦେବାରେ ଆନନ୍ଦ ତାର

ପ୍ରେମ ଘୃଣା ସୁନା ମାଟି ନ ଥାଏ ବାଛବିଚାର

ହୃଦୟକୁ ଗଢିଥାଏ ସେ ଶକ୍ତ ଲୌହରେ ।


ମୋ - ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା


Rate this content
Log in