କବିଟିଏ
କବିଟିଏ
1 min
199
ଶଶାଙ୍କ ଶେଖର ରାୟ
କେହି କେବେ ଥରେ ଭଲ ଭାବେ
ଚାହିଁଛ କି କବିକୁ
ଯନ୍ତ୍ରଣାର ଜଉଘରେ ଥାଇ
ସେ ହସୁଥାଏ ପ୍ରତି ମୂହୁର୍ତ୍ତରେ
କବିତାର ସୁନାମୃଗ ପଛେପଛେ
ଦର୍ଶନର ଜଙ୍ଗଲ ସାରା
ଦଉଡୁଥାଏ ଅହରହ
ଏକୁଟିଆ ନିରୋଳାରେ ।
ପାଉଁଶ ଅଳିଆ ଗଦାର ସ୍ତୁପରୁ
ଫୁଟାଇପାରେ ସ୍ଵପ୍ନର ପାରିଜାତ ଫୁଲ
ସେ ସ୍ଥିତପ୍ରଜ୍ଞ ସଦାକାଳ
ଜୀବନ ଜିଇଁବାର ଏକ ନିଆରା ଢଙ୍ଗେ
ପ୍ରାପ୍ତି ଠାରୁ ଅପ୍ରାପ୍ତି
ନେବାଠାରୁ ଦେବାରେ ଆନନ୍ଦ ତାର
ପ୍ରେମ ଘୃଣା ସୁନା ମାଟି ନ ଥାଏ ବାଛବିଚାର
ହୃଦୟକୁ ଗଢିଥାଏ ସେ ଶକ୍ତ ଲୌହରେ ।
ମୋ - ୭୩୭୭୧୯୭୯୯୯
ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା
