STORYMIRROR

PURNA CHANDRA PANDA Purna

Others

3  

PURNA CHANDRA PANDA Purna

Others

କବିତାର ଇତି

କବିତାର ଇତି

1 min
150

ମୁଁ ଯେବେ ଲେଖିଲି ପ୍ରଥମ ଗୀତିକା

ତୁମରି ସାନିଧ୍ୟ ପାଇବାର ପରେ

ତୁମ ନଦୀ ପଠା ଧାରେ

ଅବାକ ହୋଇଲି ଶୁଣିଲି ଯେଦିନ

ସେ ଗୀତିକା ଦିନେ ଅନୁରାଗ ହୋଇ

ଭାସି ଆସୁଥିଲା

ତୁମରି କଣ୍ଠର ସ୍ୱରେ ll

ସେଦିନ ବିମୋହ ହୋଇଲି ସହୀ ଗୋ

ଖୋଲିଲି ତୁମର ମନ କୋଠରୀକୁ

ନିଛାଟିଆ ଖରା ବେଳେ ll

ବହୁ ଦିନପରେ ଦେଖିଲି ସେ ଘରେ

କବିତା ମୋହର ଛପା ହେଉଥିଲା

ତୁମ ହୃଦ ମେସିନିରେ

ସଜା ହେଉଥିଲା ତୁମ ମନ ସିନ୍ଦୁକରେ ll

ମୁଁ ଆଜି ଖୋଜୁଛି ମୋ ଲେଖା ଗୀତିକା

ପ୍ରୀତି ଛଳ ଛଳ ତୁମ ସ୍ମୃତି ରେଖା

ଅପୁଷ୍ପିତ ଏହି ମନ ଅଙ୍ଗନେ

ସେଇ କଣ୍ଠ ଯାଦୁ ଶୁଣିବି ସତେ ବିଜନେ ll

ଖିଆଲି ମନର କଳ୍ପନା ଥିଲ ମୋ

ଝରା ଶେଫାଳିର ସପନ କୁଞ୍ଜରେ

ସାତ ସରଗର ନୀଳ ବାରିଦରେ

ଖୋଜେ ମୁଁ ତୁମରି ପ୍ରୀତି

ଝାଉଁବଣ ତଳ ଉତ୍ତାଳ ଢେଉରେ

ହୋଇଗଲା କିବା ଇତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍