କବିତାର ଇତି
କବିତାର ଇତି
ମୁଁ ଯେବେ ଲେଖିଲି ପ୍ରଥମ ଗୀତିକା
ତୁମରି ସାନିଧ୍ୟ ପାଇବାର ପରେ
ତୁମ ନଦୀ ପଠା ଧାରେ
ଅବାକ ହୋଇଲି ଶୁଣିଲି ଯେଦିନ
ସେ ଗୀତିକା ଦିନେ ଅନୁରାଗ ହୋଇ
ଭାସି ଆସୁଥିଲା
ତୁମରି କଣ୍ଠର ସ୍ୱରେ ll
ସେଦିନ ବିମୋହ ହୋଇଲି ସହୀ ଗୋ
ଖୋଲିଲି ତୁମର ମନ କୋଠରୀକୁ
ନିଛାଟିଆ ଖରା ବେଳେ ll
ବହୁ ଦିନପରେ ଦେଖିଲି ସେ ଘରେ
କବିତା ମୋହର ଛପା ହେଉଥିଲା
ତୁମ ହୃଦ ମେସିନିରେ
ସଜା ହେଉଥିଲା ତୁମ ମନ ସିନ୍ଦୁକରେ ll
ମୁଁ ଆଜି ଖୋଜୁଛି ମୋ ଲେଖା ଗୀତିକା
ପ୍ରୀତି ଛଳ ଛଳ ତୁମ ସ୍ମୃତି ରେଖା
ଅପୁଷ୍ପିତ ଏହି ମନ ଅଙ୍ଗନେ
ସେଇ କଣ୍ଠ ଯାଦୁ ଶୁଣିବି ସତେ ବିଜନେ ll
ଖିଆଲି ମନର କଳ୍ପନା ଥିଲ ମୋ
ଝରା ଶେଫାଳିର ସପନ କୁଞ୍ଜରେ
ସାତ ସରଗର ନୀଳ ବାରିଦରେ
ଖୋଜେ ମୁଁ ତୁମରି ପ୍ରୀତି
ଝାଉଁବଣ ତଳ ଉତ୍ତାଳ ଢେଉରେ
ହୋଇଗଲା କିବା ଇତି ll
