କବିତା
କବିତା
-
ଉଦୂ ଉଦିଆ ଟାଣ ଖରା, ତା ସହ ଅଫିସ ବେଳ, ରଙ୍ଗୀନ ଶାଲବାର କମିଜ ଆଉ ହାଏ ! ମୋର ନାଲି ଓଢଣୀ, ଢାଙ୍କି ନେଲି , ମଥା ଉପରେ ଶୁଭମନାସି ପ୍ରାଣ ପ୍ରିୟତମ ନାମ । (୧)
ଆଖିର ଲୁହ ଆଖିରେ ଶୁଖାଇ ବୁକୁ ର କୋହ ଲୁଚାଇ ମନେ, ପହାଡ଼ି ଝରଣାଟିଏ , ବହି ଚାଲିଛି ଗୁଣୁଗୁଣାଇ କରି ସାଥୀ ନିଃସଙ୍ଗତା କୁ ଏକାକି ଲକ୍ଷ୍ୟ ଯେ ମୋର ରାଗ, ରସ,ଶୃଙ୍ଗାର ସାର ସାଗର ସଂଗମ । (୨)
ସବୁ ସଂସାରର ଧରାବନ୍ଧା ନିୟମ କାଳ ବୈଶାଖୀର ଦହନ , ପ୍ରେମପିପାସି , ଆଶ୍ରମବାସୀ ତାଙ୍କରି ସ୍ମୃତିକୁ ହୃଦୟେ ସାଇତି, ପିନ୍ଧି ତାଙ୍କ ନାମେ ସିଂଥିରେ ସିନ୍ଦୁର କାଟୁଛି ବିନିଦ୍ରିତ ସବୁରାତି , ସାଜି ତ୍ରେତୟାର ରାମାୟଣର ଉର୍ମିଳା , କେବେ ଆସିବେ ସେ ! କେଜାଣି , କେବେ କଟିଵ ଯେ ଏ ବନବାସ, ଦୂର ଦେଶାନ୍ତର ବାସିନି ଯେ ମୁଁ , ବିରହ ବେଦନା ବିଧାତାଙ୍କ ଯେ ଅବଦାନ, ଭାଗ୍ୟକୁ ଆଦରି ପଡି ରହିଛି ଅନ୍ତତଃ ତୁ ତ ଶୁଣ ମୋ ଅଭୂଷଣ, ନାଲି ଓଢଣୀ ମୋର ତତେ ସମର୍ପିଲି କରି ମୋ ହୃଦୟ ତାଙ୍କରି ଚରଣେ ଯେମିତି ଅକାରଣେ ଶାପଗ୍ରସ୍ତ ଅହଲ୍ୟା ଜପି ଚାଲିଥିଲେ କରି ତାଙ୍କ କାୟା ପଥର, ମାନସଜପ ଛଡା ନାହିଁ, ମୋ ଅନ୍ୟ ଉପାୟ, ଉଦ୍ଧାର କର ହେ ରାଜୀବଲୋଚନ, ଅନ୍ତଃହିନ ଅନ୍ଵେଶିତା ଶୁଖି ଯାଇଥିବା ଦୁଇ ନୟନ ସହ ପ୍ରତିକ୍ଷାରତ୍ତ ଯେ ଅଶୋକ ବାଟୀକାର ମୁଁ ସୀତା ତୁମର, ଅନ୍ତରେ ନେଇ ବିଶ୍ୱାସ ଓ ଆଶା ବଞ୍ଚି ଚାଲିଛି ,କାନ୍ଦି ଗଡୁଛି ହସୁଛି ଖାଲି କରି ଛଳନା ଭାବି ମନେ ଭଲପାଇବା ନୁହେଁତ ମୋର ପାପ , ଦେ ତୋ ଶୀତଳ ଛାୟା ଅନ୍ତତଃ ମୋ ସିଂଥି ର ସିନ୍ଦୁରକୁ ଆରେ ମଥା ଉପର ଟାଣ ଖରା,ଝାଳ ଆଉ ମୋର ନାଲି ଓଢଣୀ ।(୩)
ରାମ ପ୍ରସାଦ ବିଶୋଇ । ତା,୦୬-୦୫-୧୬ ସମୟ ସକାଳ-୧୧-୦୪ ମିନିଟ , ରାୟଗଡ୍ସ ।