STORYMIRROR

Subhalaxmi Nayak

Others

3  

Subhalaxmi Nayak

Others

କବିତା ରୁଷିଛି

କବିତା ରୁଷିଛି

1 min
123

କବିତା, ଆଜି ରୁଷିଛି!

ଶବ୍ଦମାନେ ବୋଲ ମାନୁ ନାହାଁନ୍ତି

ବାକ୍ୟ ବ୍ୟାଖ୍ୟା କରିବାକୁ ଉଦ୍ୟମ କରୁଛନ୍ତି 

ଅର୍ଥ ଅନର୍ଥ ହୋଇ ଭୁଲ୍ ହିଁ ହୋଇ ଚାଲିଛି....

କବି ଆଜି ମତିଭ୍ରମର ସଂଜ୍ଞା ଖୋଜୁଛି

କାରଣ....

କବିତା, ଆଜି ରୁଷିଛି।


କବିତା କାନନେ ଆଜି ସମୀର ନାହିଁ ଧୀର

ଝଡ଼ ପରି ତୁମ୍ବି ତୋଫାନ ମନରେ କବିର

ସତେ କି ହୋଇବ ଲାର୍ଭା ଉଦ୍ଗିରଣ ତତ୍ପର

ପଦ ପରେ ପଦ କାହୁଁ ଯୋଡ଼ି ବସୁଅଛି?

କବିତା, ଆଜି ରୁଷିଛି।


ହଜିବିନି ଆଉ ଗଳ୍ପ ଚକ୍ରବ୍ୟୁହ ମଧ୍ୟରେ

କବିତାର ରୂପରେଖ କେବଳ ରହିବ ହୃଦରେ

ଶବ୍ଦ ପୁଷ୍ପ ଅଳଙ୍କାର ପିନ୍ଧାଇ କଲମ ମୁନରେ

ଭରି ଦେବି କାବ୍ୟ ସମ୍ଭାର ସଙ୍କଳିତ କବିତାରେ

କବିତା ଗୋ!

ତୁମ ପ୍ରେମ ନିରସ ବା ହେବ କେମିତି?

କବିଟିଏ ମୁହିଁ....

ତୁମ ପ୍ରେମେ ପ୍ରଗଳ୍ଭ ପରାଏ ମନେ କଷ୍ଟ ପାଇ

କବିତା, ଆଜି ରୁଷିଛି....

ରୁଷ୍ଟମନା ଅଭିନୟେ ମନେ ସେ ହସୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍