Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

5.0  

Bauribandhu Lenka

Others

କବିତା ପ୍ରତି

କବିତା ପ୍ରତି

1 min
297


ତୁମେ ଏକାନ୍ତ ମନର ନିର୍ଯ୍ୟାସ

ତୁମେ ଭାବନାର ପ୍ରିୟ ମଧୁମାସ

ତୁମେ ପ୍ରେମର ଚଞ୍ଚଳ ତରଙ୍ଗ

ତୁମେ ମୁକ୍ତ ଆକାଶର ବିହଙ୍ଗ ॥

ତୁମେ ଅନନ୍ତ ଆକାଶ ନୀଳିମା

ତୁମେ ଚନ୍ଦ୍ରମା ବକ୍ଷର କାଳିମା

ତୁମେ ପ୍ରକୃତି ରାଣୀର ସୁଷମା

ତୁମେ ସୌମ୍ୟା ସୁଦୀପ୍ତା ଅନୁପମା ॥

ତୁମେ ପ୍ରେମ ମନ୍ଦିରେ ପୂଜାରିଣୀ

ତୁମେ ବିରହିଣୀ ମନ କାହାଣୀ

ତୁମେ ଚିରସ୍ରୋତା ଏକ ତଟିନୀ

ତୁମେ ଚକିତ ଚଞ୍ଚଳ ହରିଣୀ ॥

ତୁମେ କେତେବେଳେ ଶାନ୍ତ ମଧୁର

ତୁମେ କେତେବେଳେ ବଜ୍ର ଗମ୍ଭୀର

ତୁମେ ଗ୍ରାମ୍ୟ ପ୍ରକୃତିର ସବୁଜିମା

ତୁମେ କବି ହୃଦୟର ପ୍ରୟତମା ॥


Rate this content
Log in