କବିତା ଓ କଲମ
କବିତା ଓ କଲମ
1 min
405
ବଦଳାଇଦିଏ ଇତିହାସ
ଶବ୍ଦମାନଙ୍କୁ ଓହ୍ଲାଇ ଆଣେ ପୃଥିବୀକୁ
କରିନିଏ ସମସ୍ତଙ୍କୁ ଆପଣାର
ଦିବ୍ୟ ଆଲୋକର ବର୍ତ୍ତୁଳା ଧରି
ଚାଲିଥାଏ ସେ ଘଞ୍ଚ ଅରଣ୍ୟରେ ।
ପବିତ୍ର ଝରଣା ପରି ଲମ୍ଫଦିଏ
ଉଚ୍ଚ ପାହାଡକୁ କାଟି କାଟି
ପହଞ୍ଚି ଯାଏ ଅନ୍ତରର ଚେତନା ସିନ୍ଧୁ ପାଶେ
ମହାଯୁଦ୍ଧେ ଲୋଡାନାହିଁ ଅସ୍ତ୍ରଶସ୍ତ୍ର
ଏକା ଏକା ଯଥେଷ୍ଠ ରଣାଙ୍ଗନେ ।
ଶବ୍ଦତୀର କାଟିପାରେ କଲିଜାକୁ
ଚଢାଇନିଏ ପଙ୍ଗୁକୁ ହିମାଳୟ
ମୂକ ଅନର୍ଗଳ କହିପାରେ
ହିଲ୍ଲୋଳିତ ହୁଏ ଜଡରୁ ଚେତନ
ମନେ ଭରିଦିଏ ଆଶାର ନୂଆ କିରଣ ।
ଭିଡି ମୋଡି ହୁଏ ଜନ୍ମ ନେବାକୁ
କବିତାଟିଏ କବିର ଚେତନା ଗର୍ଭାଶୟରୁ
କଇଁଚ ପରି ଅଧା ବେକ କାଢି
ପୁଣି ଲୁଚିଯାଉଥାଏ କେଉଁଆଡେ
ମନେ।ଭରିଦିଏ ଅଦ୍ଭୁତ ଶୀହରଣ ।
