STORYMIRROR

Kalyani Nanda

Others

3  

Kalyani Nanda

Others

କବିତା ଲେଖିବି ଭାବିଲି ମୁହିଁ

କବିତା ଲେଖିବି ଭାବିଲି ମୁହିଁ

1 min
434


ଭାବନା ରାଇଜେ ଘୁରି ଘୁରି ,

ଦିନେ ବସି ଭାବିଲି ମୁହିଁ ,

ଲେଖିବି କବିତା , ହେଲେ ,

ଡାଏରୀ ର ପୃଷ୍ଠା ପରେ ପୃଷ୍ଠା ,

ଶବ୍ଦର କୋଳାହଳେ ହୋଇଗଲେ ଆକ୍ତା ମାକ୍ତା ।


ମନେ ମୋର ଦୁଃଖର ଜୁଆର ,

ମନ ର ଦରଜା ଖୋଲି ଭାବନା ମୋର,

ବାହାରି ପଡିବାକୁ ତୈୟାର,

ହେଲେ ଶବ୍ଦ ପାଉନାହିଁ , ଶବ୍ଦକୁ ଜୋଡି ପାରୁ ନାହିଁ ,

ଶେଷେ ଦୁଃଖ ସବୁ ଲୁହର ଧାର ହୋଇ,

ଆଖି କୋଣୁ ଝର ଝର ହୋଇ ଗଲା ବୋହି ।


ଭାବିଲି ଦୁଃଖକୁ ସିନା ପାରିଲିନି ସଜାଇ ,

ଶବ୍ଦ , ଛନ୍ଦର ସମ୍ଭାରେ , ସୁଖକୁ ତ ପାରିବି ସଜାଇ ,

ହେଲେ ଶବ୍ଦ ସବୁ ଏପଟ ସେପଟ ହୋଇ ,

କୁଆଡେ ଯେ ଗଲେ ହଜି ,

ଯେତେ ଖୋଜିଲେ ବି ପାଇଲି ନାହିଁ ।


କବିତା ଲେଖା ମୋ ରହିଲା ସେଇଠି ,

ମନ କଥା ମନ ତଳେ ରହିଲା ଚାପି ହୋଇ ,

ଭାବନା ସବୁ ମୋ ଗଲା ଗୋଳମାଳ ହୋଇ ,

କଲମରୁ ସ୍ଯାହି ଗଲା ଯେ ଶୁଖି ,

ସୁଖ , ଦୁଃଖ ସବୁ ଗଲା ବୋହି ,

ଆଖି କୋଣୁଁ ନିର୍ଝର ଟିଏ ହୋଇ ,

କବିତା ଲେଖା ମୋ ରହିଲା ସେଇଠି ,

କବିତା ଲେଖା ମୋ ରହିଲା ସେଇଠି । ।



Rate this content
Log in