କବିତା ଦେଇଛି
କବିତା ଦେଇଛି
ମରୁଭୂମି ରେ ଖୋଦେଇ ମହାମୃତ୍ୟୁଞ୍ଜୟ
ମୋତେ ଦେଇଛି କେଇବୁନ୍ଦା ସଂଜୀବନୀ
ପୁଣି ନିଶିଥ ର ନୀରବରେ
ମୋ କାନ କୁ କରିଛି ମିଠା
ଶୀତୁଆ ରାତିର କମ୍ବଳ ପ୍ରଲେପରେ
ବାଣ୍ଟିଛି ତୁହାତୁହା ଖରା
ପ୍ରତାରଣା ର ପରିଧି ରେ
କ୍ଷେତ୍ରଫଳ ସାଜି ଆଙ୍କିଛି ବ୍ୟାସକୁ
ନିସଙ୍ଗ ପଣରେ
ଯୋଗଜନ୍ମା ହୋଇ ଶୁଙ୍ଗେଇଛି ଗଦ
ଖରାର ଝଙ୍କାଳିଆ ସ୍ରୋତରେ
ବୁଣିଦେଇଛି ବୁଢାଗଛର ଛାୟା
କେବେ ପୁଣି କଦର୍ଯ୍ୟ ପେନ୍ଥାରେ
ଛିଞ୍ଚିଛି କୀଟହାନିର ଔଦ୍ଧତ୍ୟ
ଏ କବିତା ଝାଉଁଳା ତନୁରେ
ଥରେଇଛି ବସ୍ନାୟିତ ପବନ
ତରଙ୍ଗର ଜୁଆରରେ
ଆଙ୍କିଦେଇଛି ଅମାବାସ୍ୟାର ରାତି
ଭୃଣର ମାଂସାଳିଆ ଦେହରେ
ଥୋଇଛି ଯୌବନର ଶାଳୀନତା
ସତକହିଲେ ଏ କବିତା ଖୁବ ଅଦ୍ଭୁତ !
କାହାକୁ ଭିଜାଏ ଝାଳୁଆ ଗନ୍ଧରେ
ପୁଣି ବାସ୍ନାୟିତ ବସନ୍ତରେ !ନିଦାଘର ଝାଞ୍ଜିରେ
ଆଉ ଦେଇଛି ମା' ର ପଣତ କାନିରେ
ବାପାର ହାତ ପାପୁଲିରେ
ପ୍ରେମିକର ପ୍ରତାରଣାରେ
ଅବଶୋଶରେ ସାଜିଛି ପୂର୍ଣ୍ଣାଙ୍ଗ !
ଆଉ କବିତା ରୂପକ ଶବ୍ଦଟି
ମୋ ଜୀବନ ଯୌବନରେ
କବାଟ ସାଜି ରଖୁଛି ସୁରକ୍ଷିତ !! ।।
