STORYMIRROR

MISHRA HRUSIKESH

Others

3  

MISHRA HRUSIKESH

Others

କବିତା ବନିତା

କବିତା ବନିତା

1 min
238


କବିର ବନିତା ଅଟେ ତା କବିତା

ଆହାଃ କି ସୁନ୍ଦର ଠାଣି,

ପାଠକ ମନକୁ ମୋହିତ କରେ ସେ

ନାନା ଅଳଙ୍କାରେ ପୁଣି।


ଶବ୍ଦ ଅର୍ଥ ସହ ରୂପକ ମିଶାଇ

ଅନୁପ୍ରାସ ସଂଗେ ନେଇ,

ଯମକ ସାଙ୍ଗରେ ଶ୍ଲେଷ ଉତପ୍ରେକ୍ଷା

ଉପମା ସେ ଦେଉଥାଇ।


ଆହୁରି ସୁନ୍ଦର ଦିଶିବା ପାଇଁ ସେ

ନାନା ଛନ୍ଦେ ଛନ୍ଦି ଦିଏ,

ହେଉ ଭାଗବତ ବାଣୀ ଅବା ଦାଣ୍ଡି

ବୃତ୍ତରେ ସେ ଲେଖୁଥାଏ।


କେତେବେଳେ ପୁଣି ବିଭାସ କେଦାର

ପୁଣି କେତେବେଳେ ଚୋଖି

କେବେ ବଙ୍ଗଳାଶ୍ରୀ ବଢ଼ାଏ ତା ଶିରୀ

ଦେଖି ଲାଖିଯାଏ ଆଖି।


ଶଙ୍କରା ଭରଣେ କେବେ ସେ ସଯାଏ

ଅବା ଦେଇ ରାମକେରୀ,

କବି ଭାବୁଥାଏ ତା ବନିତାକୁ ନୀତି

ସତେ ସରଗର ପରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍