STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

କବି

କବି

1 min
179


ଭାରତୀୟ ବୋଲି ଗର୍ବ କରିବା

ମାଗିବାନି ଭାତ ମୁଠେ  

ଗର୍ବ କରିବା ଜାତି ଧର୍ମ ପାଇଁ 

ମନ ନ ଲଗାଇ ଭାତେ  ll


ଛନ୍ଦ କପଟ ଦୂରେ ଫିଙ୍ଗିଦେବା 

ଲଢ଼ିବା ଦେଶର ଲାଗି  

ଗୁଳି କମାଣ ଆମରି ଲେଖନୀ 

ଦେଶ ଯାଉ ଗୀତେ ଜାଗି   ll


ଅଲୋଡ଼ା ବି ହେଉ ଦେଶର ହିତକୁ 

ଆମେ ତ ଅଲୋଡି ବୁଦା  

କିର୍ତ୍ତୀ କରିବା ସଙ୍ଘ ଗଢିବା 

କବି କରି ଗଦା ଗଦା   ll


ବନ୍ଦୁକ ସାଜୁ ଶବ୍ଦ ଆମର 

ଗୋଳା ସାଜୁ ପ୍ରତି ଛନ୍ଦ  

ପ୍ରତ୍ୟେକ ଶବ୍ଦରେ ରକ୍ତ ତାତୁ 

ବାରୁଦର ଉଠୁ ଗନ୍ଧ   ll


ଧଇଁସଇଁ ହେଉ ଶବ୍ଦ ବାଣରେ

ଢ଼ାଇଁ ଢ଼ାଇଁ ଶୁଭୁ ଧ୍ୱନି  

ଶତ୍ରୁ ଛାତିରେ  ତୀର ଭଳି ବାଜୁ 

ଦମ୍ଭ ହେଉ ତାର ପାଣି   ll


ଜାଗୃତ ହୋଇ ବେକାରୀ ସମାଜ 

ଯୁଦ୍ଧ ଭୂମିରେ ପଶୁ  

ମରିବା ମାରିବା ପଣ ହୃଦେ ରଖି 

ସୀମା ସୁରକ୍ଷାରେ ମିଶୁ   ll


ମାଗିବାନି କେବେ ମୁଠାଏ ଅନ୍ନ

ଚାଉଳ ଆଞ୍ଜୁଳା କେବେ  

କବି ବି ପାରିବ ମାଆର ସୁରକ୍ଷା 

ମୁନ ସଜାଡ଼ିବା ଯେବେ  ll


ରକ୍ତ ବଦଳେ ରକ୍ତ ଦେବାକୁ 

ଭାରତ ସନ୍ତାନ ରାଜି  

ଆସରେ ପଡୋଶୀ କୁରୁବଳ ଧରି 

ବିଦେଶୀ ପଠାଣ କାଜି   ll


ଜୈ ହିନ୍ଦୁସ୍ତାନ  ଜିନ୍ଦାବାଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍