STORYMIRROR

Kalish Chandra Parhi

Others

2  

Kalish Chandra Parhi

Others

କବି ମୁଁ କବି

କବି ମୁଁ କବି

1 min
13.5K



କବି ମୁଁ କବି

ଦୁନିଆଁ -ବୁକୁରେ ଆକିଂବି ମୁହିଁ

ଦୀନ- ଦଳିତର- କରୁଣ ଛବି,

ଓଷ୍ଠୁଁ -ଯାହାର- ଲିଭିଛି- ହସ

ପାଇଛି ଯେ ଖାଲି

ଜୀବନେ- ପ୍ରାସ

ତାହାରି ପାଇଁ

ଯାତନା ସହି

ଲେଖିବି -କାହାଣୀ ଆସୁ-ଘନଘଟା

ଖାତିରି ନାହିଁ।।

ଶ୍ରମରେ ଯାହାର ସମୃଦ୍ଧ ଆଜି

ଅଟେ ଏ -ଦେଶ,

ସୁଖ -ସମ୍ମାନ- ନାହିଁତାର- ଲେଶେ

ନାହିଁ ତ ଯଶ।

ତଥାପି ସିଏ

ଦୁଃଖୀ ନୁହେଁ

ଆନପାଇଁସିଏ ଜୀବନକ-ୁ ପାଣି

ଛଡାଇ ଦିଏ।।

ଅବରୁଦ୍ଧ ତା ଅଂତର ତଳେ

କୋହର- ଉର୍ମି ଅଦୃଶ୍ୟେ ଖେଳେ

ଦେଖିଚ କାହିଁ?

ବୁଝିଚକି ତାର ମନ-ଗହୀରର

ବେଦନା କେହି??

ସ୍ବପ୍ନ ନାହିଁ ତା ସରାଗ ନାହିଁ

ସମାଜ ପାଇଁ।।

ସ୍ବାର୍ଥ ମୁକ୍ତ ଜୀବନ ତାହାର

ଧନ୍ୟସିଏ,

ଏଇ ମାଟି ପାଣି ପବନ ତାହାର

ବନ୍ଦନା ଗାଏ।

ଧନ୍ୟ ସିଏ

କବି ମୁଁ ତାହାର ହୃଦୟର ଭାଷା

ଲେଖିବି ଛାଏଁ।।



କୈଳାସଚନ୍ଦ୍ରପାଢୀ। କୁମାରପୁର। ଭଦ୍ରକ।



రచనకు రేటింగ్ ఇవ్వండి
లాగిన్