କବି କଳ୍ପନାର ତୂଳୀ
କବି କଳ୍ପନାର ତୂଳୀ
ଏ ସାରା ସୃଷ୍ଟିର ଚିତ୍ରକର ତୁମେ
କବି କଳ୍ପନାର ତୂଳୀ
ବିଶ୍ୱ ପରଦାରେ ଭଳି ଭଳି ରଙ୍ଗ
ସତେକି ଦେଇଛ ଢାଳି |
ସବୁଜ ଧରଣୀ ଘାସ ଗାଲିଚାରେ
ଶୁଭ୍ର କାକର ବିନ୍ଦୁ
ସୁଉଚ୍ଚ ପାଦପେ ପକ୍ଷୀର କାକଳି
ମନ ଛୁଆଁ ନୀଳ ସିନ୍ଧୁ |
ମେଘୁଆ ଆକାଶେ ଇନ୍ଦ୍ରଧନୁ ତୁମେ
ଶ୍ରାବଣର ବାରି ଧାରା
ତୁମେ ପ୍ରାଣୟରେ ପ୍ରୀତିର ଝଲକ
ସ୍ୱପ୍ନିଳ ମଧୁଝରା |
ଶୀତୁଆ ସଞ୍ଜରେ ତୁମେ ତ ବହୁଛ
ସୁଶୀତଳ ବାଆ ହୋଇ
ପ୍ରଚଣ୍ଡ ଗ୍ରୀଷ୍ମରେ ତୁମେବି ଝରୁଛ
ଅଗ୍ନିର କଣିକା ନେଇ |
ଦେଇଛ ମାନବେ ଦୁର୍ମୁଲ୍ୟ ଜୀବନ
ଶ୍ରେଷ୍ଠ ବୋଲି ଯାହା କୁହ
ସମସ୍ୟା ବହୁଳ ଜୀବନ ଜୀବିକା
ସଂସାରର ମାୟା ମୋହ |
ଏତିକି ମାଗୁଣି ଜଗତ ଠାକୁର
ତୁମ ଶ୍ରୀପୟରେ ମୋର
ମୁକ୍ତି ଦିଅ ପ୍ରଭୁ ଏ ମର ସଂସାରୁ
ମରୀଚିକା କରି ଦୂର |
